Report Card Odisha

| Daily Odia News

ଗୋଲଡେନ ବୟ ପ୍ରମୋଦ ଭଗତଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟୋକିଓ ପାରାଲିମ୍ପିକ୍ସ ୨୦୧୦ର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଆ ଗୋଲଡେନ ବୟ ପ୍ରମୋଦ ଭଗତଙ୍କ ନାଁରେ ହେବ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ । ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ। ଉଡ଼ାଣ ହେଉଛି ପୂର୍ବ ଭାରତରେ ଥିବା ସବୁଠୁ ବଡ଼ ବେସରକାରୀ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର । ଏଥିରେ ୪ଟି ସିନ୍ଥେଟିକ କୋର୍ଟ ଓ ଗୋଟିଏ ଉଡେନ କୋର୍ଟ ଅଛି । ଉଡେନ କୋର୍ଟକୁ ପ୍ରମୋଦ ଭଗତଙ୍କ ନାଁରେ ନାମିତ କରାଯାଇଛି । ଟୋକିଓ ଯିବା ପୂର୍ବରୁ ଏଠାରେ ପ୍ରାକ୍ଟିସ କରୁଥିଲେ ପ୍ରମୋଦ। ଏପରିକି ତାଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ପ୍ରମୋଦଙ୍କ ନାଁରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ‘ଉଡ଼ାନ୍‌’ ।ପ୍ରମୋଦଙ୍କ ସଫଳତାକୁ ନେଇ ଏକାଡେମୀ ପରିସରରେ କେକ୍ କାଟି ସେଲିବ୍ରେସନ କରାଯାଇଛି । ଉଡ଼ାନର ଅଧ୍ୟକ୍ଷ ଅଶୋକ ମିଶ୍ର କହିଛନ୍ତି, ଯେଉଁ ୪ଟି ସିନ୍ଥେଟିକ ଉଡେନ କୋର୍ଟ ରହିଛି। ଆଉ ଗୋଟିଏ ଉଡେନ କୋର୍ଟ ଅଲଗା ରହିଛି ଯାହା ପାରା ବାଡମିଣ୍ଟନ ଖେଳାଳିଙ୍କ ପାଇଁ ରଖାଯାଇଛି। ଏହା ପ୍ରମୋଦ ଭଗତଙ୍କ ନାଁରେ ନାମିତ କରାଯାଇଛି।

Breaking News