ରିପୋର୍ଟ କାର୍ଡ / ପୁରୀ
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଆଜି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ରଥ ବାହାରିଛି। ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ତାଳଧ୍ବଜରେ ବଡ଼ଠାକୁର ବାହାରିଛନ୍ତି। ହଜାର ହଜାର ଭକ୍ତ ଶ୍ରଦ୍ଧାର ସହିତ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି। କିଛି ସମୟ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ଅଭିମୁଖେ ବାହାରିବ। ଶେଷରେ କାଳିଆ ଠାକୁର ନନ୍ଦିଘୋଷରେ ବାହାରିବେ। ବାହୁଡ଼ାଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ଦେଖାଯାଇଛି। ହରିବୋଳ, ହୁଳହୁଳି, ଘଣ୍ଟଘଣ୍ଟିରରେ ବଡ଼ଦାଣ୍ଡ କମ୍ପି ଉଠୁଛି |ଏହା ପୂର୍ବରୁ ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରଥ ଉପରେ ବିରାଜିଥିଲେ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..