ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ୱର ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ଭେଣ୍ଟିଲେଟରରେ ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଦିଲୀପ ପରିଡା ସୂଚନା ଦେଇଛନ୍ତି । ୭୨ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି କୁହାଯାଇପାରିବ ନାହିଁ । ଆଜି ଟିକେ ଟେମ୍ପରେଚର ଆସିଥିଲା, ଆଣ୍ଟିବାଓଟିକ୍ସ ଚାଲିଛି ବୋଲି ସୂଚନା ମିଳିଛି । ସେପଟେ ଫେମ କଲେଜରେ ଆଜି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପହଞ୍ଚି ପଚରାଉଚରା କରିଛନ୍ତି । ଡିଏସପି ଓ ଅତିରିକ୍ତ ଏସପିଙ୍କୁ ନେଇ ଦୁଇ ଜଣିଆ ଟିମ ତନାଘନା ଚଳାଇଛନ୍ତି






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ