ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏଥିରେ କାହାର ଭୁଲ ଏବଂ କାହା ନାଁରେ ମାମଲା ରୁଜୁ ହେବ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ ଆଜି ଜିଆରପି ଥାନରେ ଏକ ଏତଲା ହୋଇଛି । ବାଲେଶ୍ୱର ଜିଆର୍ପି ଥାନାର ଏସ୍ଆଇ ପପୁ ନାୟକଙ୍କ ନିଜ ପଟରୁ ଏହି ଏତଲା ଦାୟର କରିଛନ୍ତି । ରେଳ ବିଭାଗର ଦାୟିତ୍ୱହୀନତା ପାଇଁ ଏହି ଦୁର୍ଘଟଣା ଘଟିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି । ଏତଲା ଆଧାରରେ ବାଲେଶ୍ୱର ଜିଆର୍ପି ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ ହୋଇଛି । ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ କରାଯାଇ ଡିଏସ୍ପି ରଞ୍ଜିତ ନାୟକଙ୍କୁ ତଦନ୍ତ ପାଇଁ ଦାୟିତ୍ୱ ମିଳିଛି ।ଏହା ପୂର୍ବରୁ ମଧ୍ୟ ଜିଆରପି ଥାନାରେ ଏକ ମାମଲା ଦାୟର ହୋଇଥିଲା ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..