ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ୱର ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି । ଏହି ବିଶାଳକାୟ ମାଛଟିକୁ ଦେଖିବା ଲାଗି ଘଟଣାସ୍ଥଳରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ସୂଚନାଅନୁସାରେ – ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ଲାଗିଥିଲା ୧୦ ଫୁଟ୍ ଲମ୍ବ ଓ ୫ କ୍ଵିଣ୍ଟାଲର ସାର୍କ । ଜାଲରେ ସାର୍କ ପଡ଼ିବା ପରେ ମତ୍ସ୍ୟଜୀବୀମାନେ ସାର୍କଟିକୁ ଟାଣି ଟାଣି ସମୁଦ୍ରକୁ ନେଇଯାଇଥିଲେ । ହେଲେ କିଛି ପିଲା ତାକୁ ଟାଣି ଟାଣି ନାଳକୁ ନେଇ ଆସିଥିଲେ। ତେବେ ସାର୍କଟିର ଲାଞ୍ଜରେ ଏକ କ୍ଷତ ଥିବା ମଧ୍ୟ ଜଣାପଡ଼ିଛି।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..