Report Card Odisha

| Daily Odia News

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..

ରିପୋର୍ଟ କାର୍ଡ / ବାଲିଅନ୍ତା

ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି। ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସାମ୍ନାକୁ ଆସିଛି ବାଲିଅନ୍ତା ପୁଲିସର ଅବହେଳା। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଡିଜି ନିଜ ପ୍ରତିକ୍ରିୟାରେ କହିଛନ୍ତି କିଛି ବିଶେଷ ପରିସ୍ଥିତିରେ ମବ୍ ଲିଞ୍ଚିଂ ସେକ୍ସନ ଲଗାଯାଏ। ଜାତି, ଧର୍ମ ଆଧାରରେ ୫ରୁ ଅଧିକଙ୍କ ସଂପୃକ୍ତି ଥିଲେ ଭିଡ଼ ହିଂସା ଧାରା ଲାଗେ । ବିଏନଏସ୍‌ ୧୦୩(୧) ହତ୍ୟା ମାମଲା ରୁଜ୍ଜୁ କରିଛି। ଭିଡ ହିଂସା ପାଇଁ ୧୦୩(୨) ଧାରା ଲଗାଯାଏ। କିନ୍ତୁ ଏହି ପରିସ୍ଥିତିରେ ଏଭଳି କିଛି ହୋଇନଥିବାରୁ ଭିଡ଼ ହିଂସା ଧାରା ଲାଗିନି । ପୋଲିସ ଧାରଣ ହତ୍ୟା ମାମଲା ରୁଜ୍ଜୁ କରିଛି। ଯାହାଦ୍ଵାରା ନ୍ୟାୟିକ ବିଚାର ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ଯେଉଁମାନେ ଘଟଣାସ୍ଥଳରେ ଥିଲେ ସମସ୍ତେ ଯେ ମବ୍ ଲିଞ୍ଚିଂ କରିଛନ୍ତି ତାହା ନୁହେଁ। ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଥିଲେ, ତଦନ୍ତ ଆଧାରରେ ଦଣ୍ଡ ଦିଆଯିବ। ଅଭିଯୁକ୍ତଙ୍କ ସପକ୍ଷରେ ପୋଲିସ ତଦନ୍ତ କରିବା ନେଇ ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୪ ପୋଲିସ କର୍ମଚାରୀ ବାଲିଅନ୍ତା ଥାନାର ଏସ୍‌ଆଇ ଅରୂପାନନ୍ଦ ନାୟକ, ଏଏସ୍‌ଆଇ ସନ୍ତୋଷ ମଙ୍ଗରାଜ, ଓଏପିଏଫ ରାମଚନ୍ଦ୍ର ନାୟକ, ପିସିଆର-୪୨ର କନଷ୍ଟେବଳ ରାମଚନ୍ଦ୍ର ବେହେରାଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଥାନା ଓ ପିସିଆରରେ କାର୍ଯ୍ୟରତ ଥିବା ୨ ଗୃହରକ୍ଷୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେହିପରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ କମିସନରେଟ ପୋଲିସ ପକ୍ଷରୁ ବାଲିଅନ୍ତା ଥାନାଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ହଟାଇ ଦିଆଯାଇଛି। ଭୁବନେଶ୍ବର ସହରାଞ୍ଚଳ ପୋଲିସ ମୁଖ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନାର ନୂଆ ଥାନାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

Breaking News