ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିଂସା ସମୟରେ ଜଣେ ଓକିଲଙ୍କ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ବାଂଲାଦେଶ ପୋଲିସ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଅଛନ୍ତି। ନିକଟରେ ବାଂଲାଦେଶରେ ହିନ୍ଦୁ ଏବଂ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୪୬ ଜଣିଆ ଏକ ଗୋଷ୍ଠୀ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଆଜି ପୋଲିସ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଛି, ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ହିନ୍ଦୁ ଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାର ସମୟରେ ସଂରକ୍ଷଣକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଛି। ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ। ଏହାକୁ ନେଇ ନିକଟରେ ପୋଲିସ ଓ ହିନ୍ଦୁମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ISKCON ଉପରେ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟରେ ଆବେଦନ କରାଯାଇଛି, ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି ଆଜି ଇସ୍କନର ୧୭ ଜଣ ଇସ୍କନ ସଦସ୍ୟଙ୍କ ବ୍ୟାଙ୍କ ଖାତା ମଧ୍ୟ ଅଚଳ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ମାସ ପର୍ଯ୍ୟନ୍ତ ସେମାନଙ୍କ ଖାତାରେ ସମସ୍ତ କାରବାର ବନ୍ଦ କରିବାକୁ କୁହାଯାଇଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..