Report Card Odisha

| Daily Odia News

ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ଯାଏଁ ବ୍ୟାଙ୍କ ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆପଣଙ୍କର ବ୍ୟାଙ୍କ କାମ ଅଛି ୨୭ ତାରିଖ ପୂର୍ବରୁ ସାରିଦିଆନ୍ତୁ। ଯଦି ଚଳିତ ସପ୍ତାହରେ ନ କରନ୍ତି ତାହେଲେ ଏପ୍ରିଲ ୩ ତାରିଖ ଯାଏଁ ଅପେକ୍ଷା କରିବାକୁ ହେବ। କରୋନା ମହାମାରୀ ସମୟରେ ସୁରକ୍ଷିତ ସାମାଜିକ ଦୂରତା ନିୟମ ପାଳନ କରିବା ଆବଶ୍ୟକ। ସେଥିପାଇଁ ଗ୍ରାହକଙ୍କୁ ନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ବ୍ୟାଙ୍କିଙ୍ଗ କାମ କରିବାକୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି। କିନ୍ତୁ ଯଦି କିଛି କାମ ନେଟ କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଦ୍ୱାରା ହୋଇପାରୁନାହିଁ ଏବଂ ଆପଣଙ୍କୁ ବ୍ୟାଙ୍କ ଶାଖା ଯିବାକୁ ପଡେ ତାହେଲେ ତୁରନ୍ତ ସାରି ଦିଅନ୍ତୁ। ମାର୍ଚ୍ଚ ୨୭ ତାରିଖରୁ ଏପ୍ରିଲ ୪ ତାରିଖ ମଧ୍ୟରେ ବ୍ୟାଙ୍କ ମାତ୍ର ଦୁଇଦିନ ଖୋଲା ରହିବ। ମାର୍ଚ୍ଚ ୨୭, ୨୮ ଓ ୨୯ ତାରିଖ ଲଗାତାର ତିନିଦିନ ବ୍ୟାଙ୍କ ବନ୍ଦ ରହିବ । ୨୭ ତାରିଖରେ ଚତୁର୍ଥ ଶନିବାର, ୨୮ରେ ରବିବାର ଓ ୨୯ ତାରିଖରେ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ। ପାଟନାରେ ଲଗାତାର ଚାରିଦିନ ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ୱେବସାଇଟ ଅନୁସାରେ, ପାଟନାରେ ୩୦ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ୩୧ ତାରିଖରେ ଛୁଟି ନାହିଁ କିନ୍ତୁ ମାସର ଶେଷ ଦିନ ହୋଇଥିବାରୁ ଗ୍ରାହକଙ୍କ ସବୁ ସେବା ଉପରେ ବ୍ୟାଙ୍କ ଧ୍ୟାନ ଦେଇନଥାଏ। କାରଣ ଏହା ଆର୍ଥିକ ବର୍ଷର ଶେଷ ଦିନ। ବ୍ୟାଙ୍କ ପାଇଁ ବାର୍ଷିକ ଆକାଉଣ୍ଟ କ୍ଲୋଜ ପାଇଁ ଏପ୍ରିଲ ୧ ତାରିଖ ନିର୍ଦ୍ଧାରିତ ହୋଇଛି। ସେଥିପାଇଁ ଏହିଦିନ ମଧ୍ୟ ଗ୍ରାହକଙ୍କ କାମ ହେବନାହିଁ। ଏପ୍ରିଲ ୨ ତାରିଖରେ ଗୁଡ଼ ଫ୍ରାଇଡେ ଅଛି। ସେଥିପାଇଁ ଦେଶରେ ସବୁ ବ୍ୟାଙ୍କ ବନ୍ଦ ରହିବ। ସେଥିପାଇଁ ଯଦି କିଛି ବ୍ୟାଙ୍କ କାମ ଅଛି ତାହେଲେ ୨୭ ତାରିଖ ପୂର୍ବରୁ ସାରି ଦିଅନ୍ତୁ। ଏପ୍ରିଲ ୩ ତାରିଖରେ ସବୁ ବ୍ୟାଙ୍କ ଖୋଲା ରହିବ। ଏପ୍ରିଲ ୪ ତାରିଖ ରବିବାର ବ୍ୟାଙ୍କ ବନ୍ଦ ରହିବ।

Breaking News