Report Card Odisha

| Daily Odia News

ବ୍ୟାଙ୍କ କାମଥିଲେ ସରିଦିଆନ୍ତୁ , ୭ ଦିନ ବ୍ୟାଙ୍କ ଛୁଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। କିନ୍ତୁ ଏହି ସମୟରେ ଜରୁରୀ ସେବାକୁ ବାଦ ଦିଆଯାଇଛି। କରୋନା କଟକଣା ମଧ୍ୟରେ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ଜାରି ରହିଛି । ଯଦି ବ୍ୟାଙ୍କ ସମ୍ବନ୍ଧୀୟ କିଛି କାର୍ଯ୍ୟ ବାକି ରହିଯାଇଛି ଜଳଦି ସାରିଦିଅନ୍ତୁ। କାରଣ ବ୍ୟାଙ୍କ ୭ ଦିନ ବନ୍ଦ ରହିବ। ଏହି ସମୟରେ ଅନଲାଇନ୍‌ ମାଧ୍ୟମରେ ବ୍ୟାଙ୍କିଙ୍ଗ ସେବା ଅବ୍ୟାହତ ରହିବ| ୧୩ ମେ’- ଏହି ଦିନ ଇଦ୍‌-ଉଲ-ଫିତର ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗୁରୁବାର ବେଲାମପୁର, ଜାମ୍ମୁ, କୋଚି, ମୁମ୍ବାଇ, ନାଗପୁର, ଶ୍ରୀନଗର, ତିରୁଅନ୍ତପୁରମରେ ଥିବା ବ୍ୟାଙ୍କର ସମସ୍ତ ଶାଖା ବନ୍ଦ ରହିବ । ୧୪ ମେ’- ଶୁକ୍ରବାର ପର୍ଶୁରାମ ଜୟନ୍ତୀ ଥିବାରୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ଏହି ଦିନ ରମଜାନ ଇଦ, ବସବା ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ପାଳନ କରାଯିବ। ତେଣୁ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ୧୬ ମେ’- ରବିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ। ୨୨ ମେ’- ଏହି ଦିନ ମାସର ଚତୁର୍ଥ ଶନିବାର ହୋଇଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ୨୩ ମେ’- ରବିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ

Breaking News