Report Card Odisha

| Daily Odia News

ବାରବାଡସ୍‌ ରେ ବ୍ରିଟିଶ ରାଜତନ୍ତ୍ର ଅନ୍ତ,ଚୟନ ହେଲେ ପ୍ରଥମ ରାଷ୍ଟ୍ରପତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ୱାଧୀନତା ପାଇବାର ୫୫ ବର୍ଷ ପରେ ବାରବାଡସ୍‌କୁ ମିଳିଛି ଏହାର ପ୍ରଥମ ରାଷ୍ଟ୍ରପତି । କାରିବିଆନ୍ ଦ୍ୱୀପର ଔପନିବେଶିକତାକୁ ଶେଷ କରି ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି । ବ୍ରିଟେନର ରାଣୀ ଏଲିଜାବେଥ ପୂର୍ବରୁ ଏହାର ମୁଖ୍ୟ ଥିବା ବେଳେ ତାଙ୍କୁ ବଦଳାଇ ବାରବାଡୋସ୍ ନିଜର ପ୍ରଥମ ରାଷ୍ଟ୍ରପତି ଚୟନ କରିଛି। ବୁଧବାର ବିଳମ୍ବିତ ରାତିରେ ଦେଶର ଲୋକସଭା ଏବଂ ସିନେଟର ମିଳିତ ଅଧିବେଶନର ଦୁଇ ତୃତୀୟାଂଶ ଭୋଟ୍ ଦ୍ୱାରା ସାନ୍ଦ୍ରା ମେସନ୍ ନିର୍ବାଚିତ ହୋଇଥିଲେ । ଯାହା ବାରବାଡୋସ୍ ପାଇଁ ଏକ ମାଇଲଖୁଣ୍ଟ ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି। ୧୯୯୬ ମସିହାରେ ଏହି ଦେଶ ସ୍ୱାଧୀନତା ହାସଲ କରିଥିଲା । ବ୍ରିଟିଶ ରାଜତନ୍ତ୍ର ସହିତ ଦୀର୍ଘ ଦିନରୁ ସମ୍ପର୍କକୁ ବଜାୟ ରଖିଥିଲା। କିନ୍ତୁ ନିକଟ ଅତୀତରେ ସମ୍ପୂର୍ଣ୍ଣ ସାର୍ବଭୌମତ୍ୱ ଏବଂ ନିଜ ଦେଶ ଶାସନ ଭାର ବହନ କରିବା ପାଇଁ ଦାବି ହୋଇଥିଲା । ବ୍ରିଟେନଠାରୁ ସ୍ୱାଧୀନତା ପାଇବାର ୫୫ ତମ ବାର୍ଷିକୀରେ ଅର୍ଥାତ ନଭେମ୍ବର ୩୦ରେ ୭୨ ବର୍ଷୀୟ ମେସନ ଶପଥ ଗ୍ରହଣ କରିବେ। ସେ ଜଣେ ପୂର୍ବତନ ଆଇନଜୀବୀ ଯିଏକି ୨୦୧୮ ଠାରୁ ଏହି ଦ୍ୱୀପର ଗଭର୍ଣ୍ଣର-ଜେନେରାଲ୍ ଭାବରେ କାର୍ଯ୍ୟ କରୁଥିଲେ । ସେ ବାରବାଡୋସ୍ ଅପିଲ୍ କୋର୍ଟରେ ମଧ୍ୟ କାର୍ଯ୍ୟ କରିଥିବା ପ୍ରଥମ ମହିଳା ଥିଲେ। ବାରବାଡୋ ପ୍ରଧାନମନ୍ତ୍ରୀ ମିଆ ମୋଟଲି ରାଷ୍ଟ୍ରପତିଙ୍କ ନିର୍ବାଚନକୁ ଦେଶର ସ୍ୱର୍ଣ୍ଣିମ ଯାତ୍ରାରେ ଏକ ଶୁଭ ମୁହୂର୍ତ୍ତ ବୋଲି କହିଛନ୍ତି।

Breaking News