ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ଚୌକିଦାରଙ୍କ ସହ ବଚସା ହେବାରୁ ୨ ହୋମଗାର୍ଡ଼ ତାଙ୍କୁ ସର୍ବ ସମ୍ମୁଖରେ ଘୋଷାଡ଼ି ଘୋଷାଡି ପିଟିଥିବା ଦେଖିବାକୁ ମିଳିଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି। ବରେଲି ଥାନା ନବାବଗଞ୍ଜ ଥାନାରେ ବୀରେନ୍ଦ୍ର କୁମାର ନାମକ ବ୍ୟକ୍ତି ଚୌକିଦାର ଭାବେ କାର୍ଯ୍ୟରତ ଅଛନ୍ତି। ସେ ତହସିଲ ଅଫିସ ଯାଇଥିବା ବେଳେ ସେଠାରେ ମୁତୟନ ଥିବା ଦୁଇ କନଷ୍ଟେବଳ ବୀର ବାହାଦୁର ଓ ରାମପାଳଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଉଭୟ ପକ୍ଷ ପରସ୍ପର ବିରୋଧରେ ଟିପ୍ପଣୀ କରିଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କଲା। ଏହାପରେ ଦୁଇ କନଷ୍ଟେବଳ ସଙ୍ଗେସଙ୍ଗେ ବୀରେନ୍ଦ୍ରଙ୍କୁ ମାରପିଟ କରିବା ସହ ତାଙ୍କୁ ଘୋଷାଡ଼ି ତଳେ ଫୋପାଡ଼ି ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ବନ୍ଧୁକ ବଟ୍ ସହ ତାଙ୍କୁ ବିଧା, ଗୋଇଠା ବି ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଆକ୍ସନ ମୁଡକୁ ପଳାଇ ଆସିଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..