Report Card Odisha

| Daily Odia News

ନାହାଳପୁର ଚୈତାଳୀ ମହୋତ୍ସବ…..

ରିପୋର୍ଟ କାର୍ଡ / କଣ୍ଟାପଡ଼ା

କଣ୍ଟାପଡ଼ା ବ୍ଲକ ନାହାଳପୁର ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବାବା ବିଶ୍ୱନାଥ ଯୁବପରିଷଦ ପକ୍ଷରୁ ଦ୍ଵିତୀୟ ବାର୍ଷିକ ନାହାଳପୁର ମହୋତ୍ସବ ଚୈତାଳୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି | ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଲିଭ ଲାଇଫ ଓଡ଼ିଆ ନ୍ୟୁଜ୍ ମୁଖ୍ୟ ଟିଟନ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ | ପ୍ରଥମ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଦୂରଦର୍ଶନ ଆଙ୍କର ଅନୁପମା ଦାସ, ଦ୍ଵିତୀୟ ସନ୍ଧ୍ୟାରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ଼ା. ରାଜଶ୍ରୀ ମଲ୍ଲିକ, ନିଆଳି ବିଧାୟକ ଡ଼ା.ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ, ତୃତୀୟ ସନ୍ଧ୍ୟାରେ ନାହାଳପୁର ସରପଞ୍ଚ ନିରୁପମା ଜେନା, ସମିତିସଭ୍ୟ ପ୍ରିୟବ୍ରତ ବେଉରା, ଦଧିଚୀ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ଼. ମନୋଜ କୁମାର ଦାଶ ଯୋଗଦେଇ ବକ୍ତବ୍ୟ ରଖିଥିଲେ | ଏହା ଗ୍ରାମାଞ୍ଚଳରେ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବାର ଏକ ଅଭିନବ ପ୍ରୟାସ ବୋଲି କହିଥିଲେ |

ଏହି ଉତ୍ସବରେ ବହୁ ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହିତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ସାହୁ, ନରେନ୍ଦ୍ର ସାହୁ, ସନ୍ତୋଷ କୁମାର ନାୟକ, ଧନଞ୍ଜୟ ନାୟକ, ରାଜେନ୍ଦ୍ର ବଲ୍ଲଭ ବେହେରା, ସୁବୋଧ ପରିଡା,ପ୍ରମୁଖ ଉପସ୍ଥିତ ରହିଥିଲେ | ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ନାୟକ ଓ ଧନଞ୍ଜୟ ନାୟକ |

Breaking News