Report Card Odisha

| Daily Odia News

ଆମିଷ ହୋମ ଡେଲିଭେରି ପାଇଁ ଡାଏଲ କରନ୍ତୁ ଏହି ନମ୍ବର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ସଟଡାଉନ ସମୟରେ ଆମିଷ ପାଇଁ ବିଏମସି ପକ୍ଷରୁ ନମ୍ବର ଜାରି ହୋଇଛି। ସଟଡାଉନରେ ମାଛ, ମାଂସ, ଅଣ୍ଡା ଅଡର କରିପାରିବେ। ଚିଲିକା ଫ୍ରେସ ମାଧ୍ୟମରେ ମାଛ , ଓପୋଲଫେଡ ମାଧ୍ୟମରେ କୁକୁଡା ମାଂସ ଓ ଅଣ୍ଡା ଏବଂ ଓମଫେଡ ମାଧ୍ୟମରେ ଦୁଗ୍ଧଜାତ ସାମଗ୍ରୀ ସହରବାସୀଙ୍କୁ ଯୋଗାଇବା ଲାଗି ବିଏମସି ନିଷ୍ପତ୍ତି ନେଇଛି । ମାଛ , ମାଂସ ଓ ଅଣ୍ଡା ଲାଗି ଗ୍ରାହକମାନେ ସକାଳ ୭ଟାରୁ ୯ଟା ଓ ଅପରାହ୍ନ ୧ ଟାରୁ ୩ଟା ମଧ୍ୟରେ ବୁକିଂ କରିପାରିବେ ଏବଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟା ରୁ ୬ଟା ମଧ୍ୟରେ ସାମଗ୍ରୀ ପହଞ୍ଚିବ। ଅର୍ଡର ପାଇଁ ସର୍ବନିମ୍ନ ୪୯୯ ଟଙ୍କାର ବୁକିଂ କରିବାକୁ ହେବ । ଏଥିସହ ଡେଲିଭେରି ଚାରଜ ୫୦ ଟଙ୍କା ଦେବାକୁ ପଡ଼ିବ । ଚିଲିକା ଫ୍ରେସର ଶିରିପୁର (୯୦୪୦୧୪୪୦୬୫) , ସିଆରପି ଛକ (୯୮୬୧୫୧୧୧୯୮) , ସହିଦନଗର (୮୨୪୯୫୯୯୭୩୩) ଓ ଓପୋଲଫେଡର ସହିଦନଗର (୮୪୮୦୨୨୬୦୮୬/୭୮୭୩୫୫୮୮୩୩) , ଆଇଆରସି ଭିଲେଜ (୯୪୩୯୩୪୯୫୨୧/୯୯୩୮୫୧୩୮୨୯) , ଓୟୁଏଟି କ୍ୟାମ୍ପସ (୭୮୭୩୦୦୯୬୧୯/୯୪୩୮୫୮୪୪୪୬) ଓ ଚନ୍ଦ୍ରଶେଖରପୁର (୯୫୮୩୨୩୩୬୨୨୯/୮୦୯୩୬୨୪୨୭୪) ପକ୍ଷରୁ ସେବା ଯୋଗାଇ ଦିଆଯିବ ।

Breaking News