ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯିବାଆସିବା ସୁବିଧା ସମ୍ପର୍କିତ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସିଆଇଏସ୍ଏଫ୍ର ସିଏଏସ୍ଓ ସୁଧୀର କୁମାରଙ୍କ ଆବାହକତ୍ୱରେ ଆୟୋଜିତ ବୈଠକକୁ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମସ୍ତ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜର, ଏଏଆଇ ଟର୍ମିନାଲ୍ ଟିମ୍, ସିଆଇଏସ୍ଏଫ୍ ଏବଂ ଦିବ୍ୟାଙ୍ଗ ଯାତ୍ରୀ ଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସୁବିଧା ସହ ଜଡ଼ିତ ଥିବା ବିଭିନ୍ନ ଏନ୍ଜିଓ ମୁଖ୍ୟମାନେ ଯୋଗ ଦେଇଥିଲେ। ଓପନ୍ ଲର୍ନିଂ ସିଷ୍ଟମର ନିର୍ଦ୍ଦେଶିକା କସ୍ତୁରୀ ମହାପାତ୍ର, ସ୍ବାଭିମାନ୍ର ସିଇଓ ଶ୍ରୁତି ମହାପାତ୍ର, ଆଇନାର ସ୍ନେହା ମିଶ୍ର, ଭିନ୍ନକ୍ଷମ ଅଧିକାର କର୍ମୀ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବୈଠକରେ ଯୋଗ ଦେଇ ଦିବ୍ୟାଙ୍ଗମାନେ ଯାତ୍ରା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଦିବ୍ୟାଙ୍ଗଙ୍କ ପ୍ରତି କର୍ମଚାରୀଙ୍କ ଦୃଷ୍ଟିଭଙ୍ଗୀକୁ ପରିବର୍ତ୍ତନ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିମାନବନ୍ଦର ପ୍ରାଧିକରଣ ଅଫ୍ ଇଣ୍ଡିଆ ଦ୍ୱାରା ଆସିଥିବା ହେଲ୍ପ ଡେସ୍କ କାଉଣ୍ଟରଗୁଡ଼ିକୁ ଉଦ୍ଘାଟନ କରାଯିବା ସହ ଦିବ୍ୟାଙ୍ଗଙ୍କ ବାଧାହୀନ ଯାତ୍ରାକୁ ସୁନିଶ୍ଚିତ କରିବାକୁ ସମସ୍ତ ପଦକ୍ଷେପ ନେବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଥିଲେ।
More Stories
ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା……
ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..
ସଶକ୍ତ ହେବ ଅଙ୍ଗନଓ୍ବାଡ଼ି……