ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଚକ୍ଷୁରେ ଜ୍ଞାନ ଅଞ୍ଜନର ଲେପଦେଇ ଜ୍ଞାନ ଚକ୍ଷୁ ଉନ୍ମୁଳନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। ମିଳିଥିବା ଖବର ଆନନ୍ଦ ଦାୟକ ହୋଇପାରେ।
ବୃଷ : ସତ୍ସଙ୍ଗରୁ ମିଳିବ ଶାନ୍ତି ଓ ପରମାର୍ଥର ଅଚଳା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଜୀବେ ଦୟାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ମିଥୁନ : ଉଡ୍ଡୀୟମାନ ଧର୍ମଧ୍ବଜାରେ ଅମୃତ ସିଞ୍ଚନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଭକ୍ତିଭାବର ଓ ଅଖଣ୍ଡ ବିଶ୍ବାସ ସମ୍ପନ୍ନ ହେବେ। ପତି ପରାୟଣା ପତ୍ନୀଙ୍କ ସାହଚର୍ଯ୍ୟ ଗ୍ରହଣ କରିବେ।
କର୍କଟ : ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ସମୟେ ସମୟେ ବିଶ୍ବାସ ଦୁଃଖଦାୟକ ହୋଇପାରେ। ଶୂନ୍ୟତା ଭିତରେ ପୂର୍ଣ୍ଣତା ଥାଏ। ଉଦ୍ୟମ ଓ ଅଧ୍ୟବସାୟ ଚାଲୁ ରଖିପାରନ୍ତି।
ସିଂହ : ପ୍ରିୟ ବନ୍ଧୁମାନଙ୍କ ସମାବେଶ ସୁଖଦାୟକ ହୋଇପାରେ। ବାଣିେଜ୍ୟ ବସତି ଲକ୍ଷ୍ମୀ ଉପରେ ପ୍ରାଧାନ୍ୟ ଦେଇ ସଫଳ ହେବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି।
କନ୍ୟା : ଅଜାତ ଶତ୍ରୁ ହୋଇପାରନ୍ତି। ଭାଷା ଓ ବ୍ୟବହାର ପାଇଁ ସମାଜରେ ଆଦରଣୀୟ ହେବେ। ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ। ଶୁଭକାର୍ଯ୍ୟ ସମ୍ପାଦନ କରି ମାନସିକ ସ୍ତରରେ ନମ୍ରତାର ପ୍ରତୀକ ହେବେ।
ତୁଳା : ବିଦ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଧନଲକ୍ଷ୍ମୀଙ୍କ ଶରଣାପନ୍ନ ହୋଇପାରନ୍ତି। ଶାଣିତ ସାହିତ୍ୟ ରଚନା କରିବାରେ ପାରଙ୍ଗମ ହେବେ। ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।
ବିଛା : କାର୍ଯ୍ୟ ଦୁରୂହ ହେଲେ ବି ତାହା ଫଳପ୍ରସୂ ହେବ। ସତ୍ସଙ୍ଗରୁ ଶାନ୍ତି ଓ ତୃପ୍ତିର ସନ୍ଧାନ ମିଳିବ। ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ସମର୍ପଣ କରିପାରନ୍ତି। ସତ୍, ଚିତ୍, ଆନନ୍ଦର ଅଧିକାରୀ ହେବେ।
ଧନୁ : ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଦିନଟି ମଙ୍ଗଳମୟ ହୋଇପାରେ। ଜୀବନର ସମ୍ମୋହନ, ମହାପ୍ରଭୁଙ୍କ ଶରଣାଗତ ହେବେ। ନ୍ୟସ୍ତ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ।
ମକର : ଆଜି ଆପଣଙ୍କ ଭାଗ୍ୟଚକ୍ର ଉପରେ କୁସୁମ ବୃଷ୍ଟି ହୋଇପାରେ। ଦିନଟି ଶିବମୟ ହେବ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ‘ଚରୈବତି, ଚରୈବତି’ ଭାବେ ଆଗକୁ ବଢ଼ି ଚାଲିବେ।
କୁମ୍ଭ : ଆପଣଙ୍କ ଲେଖା ବିଶ୍ବକୁ ମଧୁମୟ କରିପାରେ। ସ୍ନେହ ଓ କରୁଣାର ପ୍ରତୀକ ହୋଇପାରନ୍ତି। ଶୂନ୍ୟତା ଭିତରୁ ପୂର୍ଣ୍ଣତା ପାଇବେ। ବିନ୍ଦୁରେ ବିନ୍ଦୁ ଯୋଡ଼ି ସିନ୍ଧୁ ଗଠନ କରିପାରନ୍ତି। ଚିନ୍ତାଧାରା ସୁଦୂରପ୍ରସାର ହେବ।
ମୀନ : ଅତିଥି ପରାୟଣତାରେ ବ୍ୟୟଭାର ବୃଦ୍ଧି ହୋଇପାରେ। ଭାଷା ଓ ବ୍ୟବହାର ଆପଣଙ୍କୁ ସଜ୍ଜନ ଆଖ୍ୟା ଦେବ। ଉପୁଜିଥିବା ବାଧା ବିଘ୍ନକୁ ଭୋଗ କରି ମଧ୍ୟ ଚେଷ୍ଟାକୁ ଫଳବତୀ କରିପାରନ୍ତି।
More Stories
ସତର୍କତାର ଦିନ ଆଜି….
ସର୍ବତ୍ର ବିଜୟୀ ହେବେ…..
ସର୍ବଜୟୀ ହେବେ…..