Report Card Odisha

| Daily Odia News

ଆଜି ଭୁବନେଶ୍ବରରୁ ୧୭୧ କରୋନା ପଜିଟିଭ ଚିହ୍ନଟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ପୁଣି ୧୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ଵାରେଣ୍ଟିନରୁ ୪୫ ଜଣ ଚହ୍ନଟ ହୋଇଥିବା ବେଳେ ୧୨୬ ଲୋକାଲ କଣ୍ଟାକଟ କେସ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ହଜାର ୩୬୪ରେ ପହଂଚିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ବିଏମ୍‌ସିର ସୂଚନା ଅନୁସାରେ ଆଜି ଭୁବନେଶ୍ବରରେ ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୨ ହଜାର ୨୧୦ରେ ପହଂଚିଛି। ଏଯାଏଁ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛନ୍ତି। ଏବେ ୮୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଖଣ୍ଡଗିରି ଅଂଚଳରୁ ଆଜି ସର୍ବାଧିକ ୧୬ ଜଣ, ଡେଲଟା ଛକ ଅଂଚଳରୁ ୧୧ ଜଣ, ବିଜେପି ନଗରରୁ ୮ ଜଣ, ପୁରୁଣା ଭୁବନେଶ୍ବରରୁ ୭ଜଣ, ଟଙ୍କପାଣିରୋଡ, ପଟିଆରୁ ୬ ଜଣ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Breaking News