Report Card Odisha

| Daily Odia News

ଭୁବନେଶ୍ୱରର ସବୁ ହଷ୍ଟେଲରେ କୋଭିଡ୍ ଟେଷ୍ଟ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରର ସବୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ହେଉଛି କୋଭିଡ୍ ଟେଷ୍ଟ । ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌ ପରୀକ୍ଷା ହେବ। ଏଥିପାଇଁ ସବୁ ଜୋନ୍‌ରେ ସ୍କ୍ବାଡ୍‌ ଗଠନ ହୋଇଛି । ହଷ୍ଟେଲରେ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପରାମର୍ଶ ଦେଇଛି ବିଏମସି । ଗତ କିଛି ଦିନ ହେବ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ପାଇଁ ବିଏମସି ପକ୍ଷରୁ ତତ୍ପରତା ଦେଖାଦେଇଛି । ଗତକାଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଳ ଷ୍ଟେସନ ଓ ବିମାନବନ୍ଦରରେ ସ୍ଥିତି ଅନୁଧ୍ୟାନ କରିଥିଲେ । କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ ବିଏମସି କମିଶନର ।

Breaking News