ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିମାପଡା-ପିପିଲି ଅଞ୍ଚଳରେ ଆଜି ବିପୁଳ ଗୋ ମାଂସ ଚାଲାଣ କରାଯାଉଥିବା ବେଳେ ଭିଏଚପି କର୍ମୀଙ୍କ ହସ୍ତକ୍ଷେପରେ ଧରାପଡିଛି । ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ସହିତ ୬୦ କ୍ୱିଣ୍ଟାଲର ଗୋ ମାଂସ ଜବତ କରାଯାଇଛି । ପିପିଲି-ନିମାପଡା ରାସ୍ତାରେ ଏକ ବୋଲେରୋ ପିକ ଅପ୍ ଭ୍ୟାନରେ ମାଂସ ବୋଝେଇ କରି ନିଆଯାଉଥିବା ବେଳେ ଭିଏଚପି କର୍ମୀ ଏହାକୁ ଅଟକାଇଥିଲେ । ଗାଡିରେ ମାଂସ ଦେଖି ଉତ୍ତ୍ୟକ୍ତ ହେବା ସହିତ ଡ୍ରାଇଭରକୁ ଥୋଇଥିଲେ ଉତ୍ତମ ମଧ୍ୟମ । ଏହାପରେ ପୋଲିସ ହସ୍ତକ୍ଷେପ କରିବା ସହିତ ଗାଡି ସମେତ ଜଣଙ୍କୁ ଅଟକ ରଖିଛି । ତେବେ ଡ୍ରାଇଭର ଜଣଙ୍କ ଫେରାର ହୋଇଥିବା କୁହାଯାଇଛି । ମାଂସ ନମୂନାକୁ ଲାବକୁ ପଠା ଯାଇଥିବା ଜଣାପଡିଛି । ଭିଏଚପି ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରାଯାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..