ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଭତ୍ତା | ଏନେଇ ଘୋଷଣା କରିଛନ୍ତି ସରକାର। ଏହି ଅଗ୍ରୀମ ଭତ୍ତା ହିତାଧିକାରୀଙ୍କ ଘରେ ଦେଇ ଆସିବେ ସରକାରୀ ଅଧିକାରୀ |ଭତ୍ତା ଆଣିବା ପାଇଁ ହିତାଧିକାରୀଙ୍କୁ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟି ଭତ୍ତା ବଣ୍ଟନ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଏହାଛଡ଼ା ରାଜ୍ୟରେ କରୋନାରେ ଅନାଥ ହୋଇଛନ୍ତି ୩୫ ଜଣ ଶିଶୁ । ଏନେଇ ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ତୁରନ୍ତ ସମସ୍ତ ରିପୋର୍ଟ ଦାଖଲ କରିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।






More Stories
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର…..
ଆଜି ପବିତ୍ର ଦୋଳପୂର୍ଣ୍ଣିମା…..
ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……