ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେତେକ ରାଜ୍ୟରେ କରୋନା କଟକଣା କୋହଳ କରିବା ସହିତ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି | ହେଲେ ଗୋଆରେ ବଢିଲା କରୋନା କଟକଣା। କରୋନା କର୍ଫ୍ୟୁକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର। ରାଜ୍ୟରେ ପଜିଟିଭିଟି ହାର ୧୪ ପ୍ରତିଶତ ରହିଛି। ଏହି କଟକଣା ମଧ୍ୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଏହି ଅବଧି ମଧ୍ୟରେ ବାର୍, ରେଷ୍ଟୁରାଣ୍ଟ, ଦୋକାନ, ନଦୀ କ୍ରୁଜ୍, ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ ରହିବ ଏବଂ ସାମାଜିକ, କ୍ରୀଡା, ସାଂସ୍କୃତିକ ଏବଂ ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟ ନିଷେଧ ହେବ। ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ରହିଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..