ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେତେକ ରାଜ୍ୟରେ କରୋନା କଟକଣା କୋହଳ କରିବା ସହିତ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି | ହେଲେ ଗୋଆରେ ବଢିଲା କରୋନା କଟକଣା। କରୋନା କର୍ଫ୍ୟୁକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର। ରାଜ୍ୟରେ ପଜିଟିଭିଟି ହାର ୧୪ ପ୍ରତିଶତ ରହିଛି। ଏହି କଟକଣା ମଧ୍ୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଏହି ଅବଧି ମଧ୍ୟରେ ବାର୍, ରେଷ୍ଟୁରାଣ୍ଟ, ଦୋକାନ, ନଦୀ କ୍ରୁଜ୍, ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ ରହିବ ଏବଂ ସାମାଜିକ, କ୍ରୀଡା, ସାଂସ୍କୃତିକ ଏବଂ ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟ ନିଷେଧ ହେବ। ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ରହିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..