Report Card Odisha

| Daily Odia News

ମ୍ୟାଡାମ, ତୁମ ସ୍ବାମୀଙ୍କୁ ହତ୍ୟା କରାଯିବ……

ରିପୋର୍ଟ କାର୍ଡ / କୋଲକତା

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କ ସ୍ତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଧମକପୂର୍ଣ୍ଣ ଚିଠି ଆସିଛି। ଚିଠିରେ ସୋନାଲିଙ୍କୁ ଧମକ ଦିଆଯାଇ କୁହାଯାଇଛି ମ୍ୟାଡାମ, ତୁମ ସ୍ବାମୀଙ୍କୁ ହତ୍ୟା କରାଯିବ, କେହି ତାଙ୍କ ଜୀବନ ରକ୍ଷା କରିପାରିବ ନାହିଁ। ଏହି ଚିଠି ଆସିବା ପରେ ପଶ୍ଚିମବଙ୍ଗର ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୋନାଲି ଚକ୍ରବର୍ତ୍ତୀଙ୍କ ପକ୍ଷରୁ ଏହି ମାମଲାରେ କୋଲକାତା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଚିଠିର ପ୍ରେରକଙ୍କୁ ଖୋଜୁଥିବା ପୋଲିସ କହିଛି। ବିଶେଷ କଥା ହେଉଛି ଅଲପନ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା । ଏଥି ସହିତ ସୋନାଲି କୋଲକାତା ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି। ଅଲପନ ବନ୍ଦୋପାଧ୍ୟାୟ ଜଣେ ୧୯୮୭ ବ୍ୟାଚ ଆଇଏଏସ୍‌ ଅଧିକାରୀ। ମୁଖ୍ୟ ଶାସନ ସଚିବ ଥିବା ସମୟରେ ରୁଲ୍‌ ବୁକ୍‌ ଯୋଗୁ ଅନେକ ସମୟରେ ଅଲପନ ଚର୍ଚ୍ଚାକୁ ଆସିଥିଲେ।

 

Breaking News