ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ୍ | ସ୍ବଦେଶୀ ଟୀକା କୋଭାକ୍ସିନ ଉତ୍ପାଦନ କରୁଥିବା କମ୍ପାନି ଭାରତ ବାୟୋଟେକ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ନିକଟରେ ଦାଖଲ କରିଛି । ଡିସିଜିଆଇଙ୍କ ସମୀକ୍ଷା ପରେ ଏହା ପ୍ରକାଶିତ ହେବ । ମିଳିଥିବା ସୂଚନା ଅନୁସାରେ କମ୍ପାନି ପକ୍ଷରୁ ଗତ ସପ୍ତାହାନ୍ତରେ ହିଁ ୩ୟ ପର୍ୟ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଥିଲା । ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିବାରେ ବିଳମ୍ବ କରିଥିବାରୁ କମ୍ପାନି ବିଗତ କିଛି ମାସ ଧରି ଚାପରେ ଥିଲା । ଗତ ୧୧ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ୭ରୁ ୮ ଦିନ ମଧ୍ୟରେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ପ୍ରକାଶ ପାଇବ । ଗତ ଜାନୁଆରି ମାସରେ ଭାରତ ସରକାର କୋଭାକ୍ସିନକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶର ଟିକାକରଣରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ ।
More Stories
ଶୁକ୍ର ପ୍ରଦକ୍ଷିଣ ଅଭିଯାନକୁ କ୍ୟାବିନେଟ ମଞ୍ଜୁରୀ…..
ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ସାତ ଗ୍ୟାରେଣ୍ଟି…..
୨୧ ରେ ଶପଥ ନେଇପାରନ୍ତି ଆତିଶୀ…..