Report Card Odisha

| Daily Odia News

ପ୍ରଥମ ପର୍ଯ୍ୟାୟରେ ୫କୋଟି ୫୦ ଲକ୍ଷ ଡୋଜ୍ ଟୀକା ଦେଲା ଆମେରିକା…..

WILMINGTON, DELAWARE - JANUARY 14: U.S. President-elect Joe Biden speaks as he lays out his plan for combating the coronavirus and jump-starting the nation’s economy at the Queen theater January 14, 2021 in Wilmington, Delaware. President-elect Biden is expected to unveil a stimulus package with a price tag of trillions of dollars including a $1,400 direct payment to individuals who have been struggling with the economic turmoil caused by the COVID-19 pandemic. (Photo by Alex Wong/Getty Images)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ସହିତ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ସହଯୋଗର ହାତ ବଢ଼ାଇଛି ଆମେରିକା । ମୋଟ୍ ୮ କୋଟି ଡୋଜ୍ ଟିକା ବାଣ୍ଟିବ ବୋଲି ନିକଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିକା ଆବଣ୍ଟନ ପ୍ଲାନ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫କୋଟି ୫୦ ଲକ୍ଷ ଡୋଜ୍ ଟିକା କାହାକୁ ଓ କେମିତି ଦିଆଯିବ ସେବାବଦରେ ସୂଚନା ଦେଇଛି ଆମେରିକା । ଏଥିରୁ ୧ କୋଟି ୬୦ ଲକ୍ଷ ଡୋଜ୍ ଟିକା ଭାରତ ଓ ବାଂଲାଦେଶ ଭଳି ଦେଶକୁ ମିଳିବ । ଚଳିତମାସ ଶେଷ ସୁଦ୍ଧା ବିଭିନ୍ନ ଦେଶକୁ ଆମେରିକା ପଠାଇବ ଟିକା । ମୋଟ୍ ୮ କୋଟି ଡୋଜ୍ ଟିକାର ୭୫ ପ୍ରତିଶତ କୋଭାକ୍ସ ଅଭିଯାନ ଜରିଆରେ ଆବଣ୍ଟିତ କରାଯିବ । ବାକି ୨୫ ପ୍ରତିଶତ ଟିକା ଅତ୍ୟଧିକ ସଂକ୍ରମିତ ଦେଶକୁ ଦେବ ଆମେରିକା । ଆମେରିକାର ସୂଚନା ଅନୁସାରେ ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ସମେତ ଏସୀୟା ମହାଦେଶର ବିଭିନ୍ନ ଦେଶକୁ ପାଖାପାଖି ୧ କୋଟି ୬୦ ଲକ୍ଷ ଡୋଜ୍ ଟିକା ଦେବ । ନିକଟରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଗରିବ ରାଷ୍ଟ୍ରକୁ ଟିକା ଯୋଗାଇବା ଉପରେ ଆଲୋଚନା ହୋଇଥିଲା ।

Breaking News