ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ ଆଜି ଆର୍ଥାତ୍ ୩୦ ଜାନୁଆରୀରେ ଶେଷ ହୋଇଛି । ଆଜି ଶ୍ରୀନଗରରେ ଭରତ ଯୋଡୋ ଯାତ୍ରାର ସମାରୋହ ଅନୁଷ୍ଠିତ ହୋଇଥିଲା । ୩୯୭୦ କିଲୋମିଟର ଚାଲି ୧୨ ରାଜ୍ୟ ଅତିକ୍ରମ କରି ଶ୍ରୀନଗରରେ ପହଞ୍ଚିଛି ଭାରତ ଯୋଡ ଯାତ୍ରା | ରବିବାର ଦିନ ରାହୁଲ ଗାନ୍ଧୀ ଯାତ୍ରାର ଅନ୍ତିମ ଦିନରେ ପ୍ରବେଶ କରି ଶ୍ରୀନଗରର ଲାଲ ଚୌକ୍ରେ ଥିବା ଐତିହାସିକ ଘଣ୍ଟା ଟାୱାର ଠାରେ ଜାତୀୟ ପତାକା ଉଡ଼ାଇଥିଲେ। ସୋମବାର ଶ୍ରୀନଗରର କଂଗ୍ରେସ ମୁଖ୍ୟାଳୟରେ ଭାରତ ଯୋଡ଼ୋ ଯାତ୍ରା ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଏହା ପରେ ଶେର-ଏ-କାଶ୍ମୀର ଷ୍ଟାଡିୟମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ଜନସଭା ଅନୁଷ୍ଠିତ ହୋଇଛି। ଯେଉଁଠାରେ ଅନ୍ୟ ବିରୋଧି ଦଳ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଇଛି। ତେବେ ଏଥିରେ ୯ଟି ବିରୋଧି ରାଜନୈତିକ ଦଳ ସାମିଲ ହୋଇ ନାହାନ୍ତି । କିନ୍ତୁ ଜନସଭାରେ ୧୨ଟି ରାଜନୈତିକ ଦଳ ସାମିଲ ହୋଇଛନ୍ତି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..