ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ ସଦା ସର୍ବଦା କୂଟନୀତି ପଦକ୍ଷେପରେ ଆଗରେ ରହିଥାଏ । ବର୍ତ୍ତମାନ ଚୀନର ଆଉ ଏକ କୂଟନୀତି କରିଛି | ଭାରତକୁ ଅସୁବିଧାରେ ପକାଇବା ପାଇଁ ଚୀନ ଭାରତ ସୀମାରେ ୬୮୦ଟି ଗ୍ରାମ ତିଆରି କରିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୀମା ଉପରେ ନଜର ରଖିବା ପାଇଁ ଡ୍ରାଗନ ଏହି ଚାଲ ଚଳାଇଛି । ସେହିପରି ଏହି ସୀମା ନିକଟରେ ରହୁଥିବା ଭାରତୀୟଙ୍କୁ ଆକୃଷ୍ଟ କରି ବିରୋଧୀ କରାଇବା ମଧ୍ୟ ଚୀନ ଷଡଯନ୍ତ୍ର ରଚୁଛି । ରାଷ୍ଟ୍ରୀୟ ରକ୍ଷା ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଉପଦେଷ୍ଟା ବୋର୍ଡ ସଦସ୍ୟ କ୍ରିଷନ ବର୍ମା କହିଛନ୍ତି । ଭାରତ ଏବେଠାରୁ ଏ ନେଇ ଆବଶ୍ୟକ ପନ୍ଥା ଗ୍ରହଣ କରୁ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..