Report Card Odisha

| Daily Odia News

ଭାରତ ସୀମାରେ ୬୮୦ଟି ଗାଁ ତିଆରି କରିଛି ଚୀନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୀନ ସଦା ସର୍ବଦା କୂଟନୀତି ପଦକ୍ଷେପରେ ଆଗରେ ରହିଥାଏ । ବର୍ତ୍ତମାନ ଚୀନର ଆଉ ଏକ କୂଟନୀତି କରିଛି | ଭାରତକୁ ଅସୁବିଧାରେ ପକାଇବା ପାଇଁ ଚୀନ ଭାରତ ସୀମାରେ ୬୮୦ଟି ଗ୍ରାମ ତିଆରି କରିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୀମା ଉପରେ ନଜର ରଖିବା ପାଇଁ ଡ୍ରାଗନ ଏହି ଚାଲ ଚଳାଇଛି । ସେହିପରି ଏହି ସୀମା ନିକଟରେ ରହୁଥିବା ଭାରତୀୟଙ୍କୁ ଆକୃଷ୍ଟ କରି ବିରୋଧୀ କରାଇବା ମଧ୍ୟ ଚୀନ ଷଡଯନ୍ତ୍ର ରଚୁଛି । ରାଷ୍ଟ୍ରୀୟ ରକ୍ଷା ୟୁନିଭରସିଟିର ଏକ କାର୍ଯ୍ୟକ୍ରମରେ ଉପଦେଷ୍ଟା ବୋର୍ଡ ସଦସ୍ୟ କ୍ରିଷନ ବର୍ମା କହିଛନ୍ତି । ଭାରତ ଏବେଠାରୁ ଏ ନେଇ ଆବଶ୍ୟକ ପନ୍ଥା ଗ୍ରହଣ କରୁ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ।

Breaking News