ରିପୋର୍ଟ କାର୍ଡ / ଭୁବନେଶ୍ୱର
କାନାଡା ସରକାର ପୁଣିଥରେ ଭାରତର ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ଯୋଗୁ ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାନାଡା ସରକାର। ୨୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଭାରତରୁ କାନାଡାକୁ ସମସ୍ତ ପ୍ରତ୍ୟକ୍ଷ ବାଣିଜ୍ୟିକ ଏବଂ ବେସରକାରୀ ଯାତ୍ରୀ ବିମାନକୁ ସ୍ଥଗିତ ରଖାଯାଇଛି। ଏ ନେଇ କାନାଡା ସରକାରଙ୍କ ପକ୍ଷରୁ ସରକାରୀ ବିବୃତ୍ତି ଜାରି କରାଯାଇଛି। ବ୍ୟକ୍ତିଗତ ଏବଂ ଯାତ୍ରୀବାହୀ ବିମାନ ଉପରେ ଏହି ନିଷେଧାଦେଶ ପ୍ରଥମେ ଏପ୍ରିଲ ୨୨ ରେ ଲାଗୁ କରାଯାଇଥିଲା। ଏହି ପ୍ରତିବନ୍ଧକକୁ ପଞ୍ଚମ ଥର ପାଇଁ ପୁୁଣି ଥରେ ବୃଦ୍ଧି କରାଯାଇଛି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..