ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ। କରୋନା ମହାମାରୀ ଅନେକ ଲୋକଙ୍କୁ ଭାରତୀୟ ଦର୍ଶନର ଏହି ମୌଳିକ ସତ୍ୟକୁ ହୃଦୟଙ୍ଗମ କରାଇଛି ବୋଲି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦି କହିଛନ୍ତି । ସୋମବାର ଭିଡିଓ କନ୍ଫରେନସି ଜରିଆରେ କୋଓ୍ବିନ ଗ୍ଲୋବାଲ କନକ୍ଲେଭ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିଛନ୍ତି। ଏହାସହ କୋଭିନ ଗ୍ଲୋବାଲ କନକ୍ଲେଭରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ନିହତ ହୋଇଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଯେଉଁ ଦେଶରେ କରୋନା ସଂକ୍ରମଣ ହେତୁ ଲୋକମାନେ ମୃତ୍ୟୁବରଣ କରିଛନ୍ତି, ମୁଁ ସେହି ସମସ୍ତ ଲୋକଙ୍କୁ ସମବେଦନା ଜଣାଉଛି। ଏକ ରାଷ୍ଟ୍ର ଯେତେ ଶକ୍ତିଶାଳୀ ହେଉନା କାହିଁକି, ଏଭଳି ମହାମାରୀର ଏକୁଟିଆ ସାମ୍ନା କରିପାରିବ ନାହିଁ। କୋଓ୍ବିନ୍ ଗ୍ଲୋବାଲ ସମ୍ମିଳନୀରେ, ଭାରତ ଅନ୍ୟଦେଶଗୁଡିକୁ ଟିକାକରଣ ଅଭିଯାନ ଚଳାଇବା ପାଇଁ ଡିଜିଟାଲ ଜନସେବା ଭାବରେ କୋଓ୍ବିନ୍ ପ୍ଲାଟଫର୍ମ ପ୍ରଦାନ କରିଥିଲା। ଉଲ୍ଲେଖନୀୟ କଥା ହେଉଛି, କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ ୫୦ଟି ଦେଶ ଟିକାକରଣ ଅଭିଯାନ ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଓ୍ବିନ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନିକଟରେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ)ର ସିଇଓ ଡକ୍ଟର ଆର.ଏସ ଶର୍ମା ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ, ସଫ୍ଟୱେୟାର ମାଗଣାରେ ଶେୟାର କରିବାକୁ ଭାରତ ପ୍ରସ୍ତୁତ ଅଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..