Report Card Odisha

| Daily Odia News

ଭିତରେ ହଁ ଉପରେ ନାଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଅନ୍‌ସ୍କ୍ରିନ୍‌ କପଲ୍‌ ହେଲେ ଅନୁଷ୍କା ସେଟ୍ଟୀ- ପ୍ରଭାସ। ବଲିଉଡ-ଟଲିଉଡ଼ର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ସେ। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତୁଥିବାରୁ ବାସ୍ତବ ଜୀବନରେ ବି ସେମାନେ ବିବାହ କରନ୍ତୁ ବୋଲି ପ୍ରଶଂସକ ଚାହାନ୍ତି। ଅନେକ ଥର ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ସବୁଥର ସେମାନେ ପରସ୍ପରକୁ ଭଲ ବନ୍ଧୁ କହିଥାନ୍ତି।

ତେବେ ବହୁତ କମ୍‌ ଲୋକ ଜାଣନ୍ତି ପ୍ରଭାସ ଏକଦା ଅନୁଷ୍କାଙ୍କ ବିବାହ ରୋକିବାକୁ ଚେଷ୍ଟା କରିଥିଲେ। ବାହୁବଲୀର ଶୁଟିଂ ସମୟର କଥା। ସେତେବେଳେ ଅନୁଷ୍କାଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ସେତେବେଳେ ପ୍ରଭାସ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ। ଫିଲ୍ମର ଶୁଟିଂରେ ଧ୍ୟାନ ଦେବାକୁ କହିଥିଲେ। ଏହି କଥା ଶୁଣି ଅନୁଷ୍କା ବିବାହ କରିବାକୁ ମନା କରିଥିଲେ।

ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଭାସଙ୍କୁ ୩ଟା ବେଳର ବନ୍ଧୁ ବୋଲି କହିଥିଲେ। କାରଣ ତାଙ୍କୁ ଫୋନ କରିବା ପାଇଁ ସମୟ ଦେଖିବାର ଆବଶ୍ୟକତା ନ ଥାଏ। ଯେତେବେଳେ ଇଚ୍ଛା ହୁଏ ପ୍ରଭାସଙ୍କୁ ସେ ଫୋନ କରନ୍ତି।

 

Breaking News