ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ କରୋନା ସ୍ଥିତି ଅସମ୍ଭାଳ | ଆଜି ୧୦୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୨,୪୪୫କୁ ବୃଦ୍ଧି ଘଟିଛି । ଅନ୍ୟପଟେ ୪୪୭ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ଵର ମହାନଗର କର୍ତ୍ତୃପକ୍ଷ ବୁଧବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ଚିହ୍ନଟ ୧୦୪୪ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ୮୨୫ ରହିଛି। ପଟିଆରୁ ସର୍ବାଧିକ ୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୪୯, ଖଣ୍ଡଗିରିରୁ ୪୭, ଚନ୍ଦ୍ରଶେଖରପୁରରୁ ୪୨, ଓଲଡ ଟାଉନରୁ ୩୯, ଶୈଳଶ୍ରୀ ବିହାରରୁ ୨୭, ସୁନ୍ଦରପଦାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Discussion about this post