ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସନ୍ଧ୍ୟା ୭ଟା ୩୦ରୁ ୮ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଛକରେ ଜଣେ ଯୁବକଙ୍କୁ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ଯୁବକ ବାଇକରେ ଯାଉଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ଯୁବକଙ୍କ ବାଇକ୍କୁ ପିଟି ଭାଙ୍ଗି ଦେଇଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା କମିଶନରେଟ୍ ପୋଲିସ । ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଆହତ ଯୁବକ ନୟାପଲ୍ଲୀ ବେହେରା ସାହିର ବବୁଲୁ ବୋଲି ଜଣାପଡିଛି | ଆହତ ଯୁବକ ବବୁଲ କହିଛନ୍ତି ଯେ ୟୁନିଟ ୪ ଅଞ୍ଚଳର ବାଦଲ ଓ ବାବୁଙ୍କୁ ମିଶାଇ ୧୦ରୁ ଅଧିକ ଯୁବକ ଖଟି ସାଙ୍ଗକୁ ନିଶାଦ୍ରବ୍ୟ ସେବନ କରନ୍ତି। ଜନଗହଳିପୂର୍ଣ୍ଣ ଜୟଦେବ ଛକ ନିକଟରେ ଖଟି କରିବା ପ୍ରସଙ୍ଗକୁ ନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।
Discussion about this post