ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଖିମପୁର ଖେରି ହିଂସା ଘଟଣା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାକୁ ତିନି ଦିନିଆ ପୋଲିସ ରିମାଣ୍ତକୁ ପଠାଯାଇଛି । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରିଥିଲା । ସୂଚନା ଅନୁସାରେ, ଆଶିଷଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଉଗାଳିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ତଥା ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଆଶିଷଙ୍କୁ ଗିରଫ କରାଯାଇଥିଲା । ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଘଟଣା ଓ ପରବର୍ତ୍ତୀ ହିଂସାକାଣ୍ଡ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଆଶିଷ ମିଶ୍ରାଙ୍କ ମୋବାଇଲରୁ ତାଙ୍କ ଲୋକେସନ୍ ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଥିଲା । ଘଟଣା ଦିନ ଆଶିଷ ସେଠାରେ ନଥିବା ସେ ମନାକରୁଥିଲେ ମଧ୍ୟ ମଧ୍ୟ ତାଙ୍କ ମୋବାଇଲ ଲୋକେସନ୍ ଘଟଣାସ୍ଥଳର ଆଖପାଖରେ ଥିବା ଦର୍ଶାଇଥିଲା । ଏହି ସବୁ ପ୍ରମାଣକୁ ଆଧାର କରି ତଦନ୍ତ କରୁଛି ୟୁପି କ୍ରାଇମବ୍ରାଞ୍ଚ ।
Discussion about this post