ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିଛି । କରୋନା ଦ୍ଵିତୀୟ ଲହର ପାଇଁ ପ୍ରାୟ ୪ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି। କରୋନା ସଂକ୍ରମଣ କମିବା ପରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି | ସୂଚନା ଅନୁସାରେ- ଭୁବନେଶ୍ୱରେ ସଂକ୍ରମଣ ଅଧିକ ରହିଥିବା ଯୋଗୁଁ ମନ୍ଦିର ଖୋଲିବାରେ ବିଳମ୍ବ ହୋଇଥିଲା। ତେବେ ସଂକ୍ରମଣ ସ୍ଥିର ରହିବା ପରେ ଆଜିଠୁ ମନ୍ଦିର, ମସ୍ ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ବିଏମ୍ ସି । ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ ନିୟମକୁ ମଧ୍ୟ କଡାକଡି କରାଯାଇଛି । ମନ୍ଦିରରେ ଏକାଥରେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ କରିପାରିବେ । ବରିଷ୍ଠ ନାଗରିକ, ଛୋଟ ଶିଶୁ, ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଆଶିବାକୁ ପରାମର୍ଶ ଦିଆଯିଛି । ସବୁ ଧର୍ମନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜ୍ ର ରଖିବା ପାଇଁ ନିର୍ଦ୍ଦେଶ ରହିଛି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦେଇଛି ବିଏମ୍ ସି । ସେପଟେ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ମାସ ୧ ତାରିଖରେ ମନ୍ଦିର ଖୋଲିବ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……