ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ପରିସ୍ଥିତି ଗମ୍ଭୀର | ଏହା କୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଜି-୭ର ଜରୁରୀ ବୈଠକ ଡାକିଛନ୍ତି। ରବିବାର ଜନସନ ତାଙ୍କ ଟ୍ବିଟରରେ ବୈଠକ ଡାକିବା ନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ଅର୍ଥାତ ଆସନ୍ତାକାଲି (ଅଗଷ୍ଟ ୨୪)ରେ ବୈଠକ ଅନୁଷ୍ଠିତ ହେବ। ଜନସନ କହିଛନ୍ତି ଯେ ଆଫଗାନିସ୍ତାନରେ ସୃଷ୍ଟ ପରିସ୍ଥିତିର ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ଏକଜୁଟ୍ ହେବା ଦରକାର। ବିଶେଷକରି ଆଫଗାନିସ୍ତାନର ମାନବାଧିକାର ସଙ୍କଟ, ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ଓ ଦେଶବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି ଜନ୍ସନ ଆନ୍ତର୍ଜାତିକ ସମୁଦାୟକୁ ନିବେଦନ କରିଛନ୍ତି। ପୂର୍ବରୁ ଜନ୍ସନ କହିଥିଲେ ଯେ ଆଫଗାନିସ୍ତାନ ପରିସ୍ଥିତିରେ ଉନ୍ନତି ଆଣିବା ଲାଗି ବ୍ରିଟେନ ପ୍ରତିଶ୍ରୁତିବଦ୍ଧ।






More Stories
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..