ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛି ଭୁଟାନ୍ । ଏନେଇ ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫେସବୁକ୍ ଆକାଉଣ୍ଟରେ ସୂଚନା ମିଳିଛି । ଭୁଟାନର ଏହି ସର୍ବୋଚ୍ଚ ନାଗରିକ ସମ୍ମାନର ନାମ ହେଉଛି ନଗଦେଗ ପେଲ ଗି ଖୋରଲୋ । ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ମଧ୍ୟ ବିନା ସର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବନ୍ଧୁତା ବିଷୟରେ ଉଲ୍ଲେଖ କରିଛନ୍ତି । ଏହା ସହିତ କୋଭିଡ -19 ମହାମାରୀ ସମୟରେ ଭାରତ ଭୁଟାନକୁ କରିଥିବା ସହଯୋଗ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫେସବୁକରେ ଏହାର ଅଫିସିଆଲ ପୋଷ୍ଟରେ ଭୁଟାନର ରାଜାଙ୍କ ତରଫରୁ କୁହାଯାଇଛି, ଯେ ଭୁଟାନବାସୀଙ୍କ ତରଫରୁ ବହୁତ ଅଭିନନ୍ଦନ । ଆପଣଙ୍କୁ ଜଣେ ମହାନ ଏବଂ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ଦେଖିଛୁ । ବ୍ୟକ୍ତିଗତ ଭାବରେ ସମ୍ମାନ ପାଳନ କରିବାକୁ ଅପେକ୍ଷା କରିଛି । ବନ୍ଧୁତା ଏବଂ ସହଯୋଗ ପାଇଁ ଭୁଟାନ ଦ୍ୱାରା ପିଏମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..