Report Card Odisha

| Daily Odia News

ବିବାହର ୧୭ ଦିନରେ ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ବାମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଠ କଳସ ୭ ଦୀପକୁ ସାକ୍ଷୀରଖି ବେଡି ଉପରେ ବସି ସ୍ବାମୀ-ସ୍ତ୍ରୀ ସମ୍ପର୍କ ୭ ଜନ୍ମ ପାଇଁ ବାନ୍ଧି ହୋଇଥାଏ | ଏଭଳି କିଛି ଘଟଣା ମଣିଷକୁ ଚକିତ କରିଦିଏ । ଯାହାକି ୭ ଜନ୍ମ ପାଇଁ କରିଥିବା ଶପଥ ୧୭ ଦିନରେ ଛିଡିଯାଏ | ବିବାହ ବିଚ୍ଛେଦ ହେଉ କିମ୍ବା କଳହ ଏ ସବୁ କୌଣସି ନା କୌଣସି କାରଣ ପାଇଁ ହୋଇଥାଏ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ରାଞ୍ଚିରେ । ବିବାହର ମାତ୍ର ୧୭ ଦିନ ପ​‌ରେ ସ୍ତ୍ରୀକୁ ତାର ପ୍ରେମିକ ହାତକୁ ଟେକିଦେଇଛି ସ୍ବାମୀ । କେବଳ ସେତିକି ନୁହେଁ ଚୁକ୍ତିପତ୍ର ମଧ୍ୟ ଯୁବତୀଙ୍କ ହାତରେ ଦେଇଛନ୍ତି ସ୍ବାମୀ । ସୂଚନାଯୋଗ୍ୟ, ରାଞ୍ଚି ସ୍ଥିତ ହରମୁ ରୋଡ ନ୍ୟୁ ଆନନ୍ଦ ନଗରର ଜଣେ ଯୁବତୀଙ୍କ ସହିତ ରାତୁ ଥାନା ଚିପରା ଗାଁର ଜଣେ ଯୁବକଙ୍କ ଜୁଲାଇ ୩ ତାରିଖରେ ବିବାହ ହୋଇଥିଲା । ତେବେ ବିବାହ କରି ଶାଶୁ ଘରକୁ ଯିବା ପରେ ମଧ୍ୟ ଅନେକ ସମୟରେ ଫୋନରେ କଥା ହେଉଥିଲେ ନବ ବଧୂ । ଏଥିରେ ସନ୍ଦେହ ହେବାରୁ ଘରଲୋକେ ତାଙ୍କ ମୋବାଇଲ ଯାଞ୍ଚ କରିଥିଲେ । ଏହାପରେ ଘଟଣା ବାବଦରେ ଖୁଲାସା ହୋଇଥିଲା । ବିବାହର ମାତ୍ର ୧୭ ଦିନ ହୋଇଥିବା ବେଳେ ଏଭଳି ଘଟଣା ଜଣାପଡିବା ପରେ ନବ ବିବାହିତ ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହାପରେ ଉଭୟ ପରିବାର ଘଟଣାର ଆପୋଷ ବୁଝାମଣା କରିଥିଲେ ଏବଂ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କୌଣସି କଥା ନଶୁଣି ତାଙ୍କ ପ୍ରେମିକ ନିକଟକୁ ଫେରାର ହୋଇଯାଇଥିଲା । ପରେ ଜୁଲାଇ ୧୯ ତାରିଖରେ ପତ୍ନୀକୁ ବୁଝାସୁଝା କରି ଘରକୁ ଆଣିଥିଲେ ଯୁବତୀଙ୍କ ସ୍ବାମୀ । କିନ୍ତୁ ଯୁବତୀଜଣକ ସ୍ବାମୀଙ୍କ ସହିତ ରହିବା ପାଇଁ ଆଦୌ ରାଜି ନଥିଲେ । ଏହାପରେ ଯୁବକ ଜଣକ ଏକ ଚୁକ୍ତି କରିଥିଲେ ଏବଂ ଯୁବତୀଙ୍କୁ ତାଙ୍କ ପ୍ରେମିକ ସହିତ ରହିବାକୁ ଛାଡିଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ନବ ବିବାହିତା ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କ ମଧ୍ୟରେ ପ୍ରାୟ ​‌ଦେଢ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ।

 

Breaking News