Report Card Odisha

| Daily Odia News

ଆମେରିକା ସହ ଭାରତର ମିତ୍ରତା ଅଭିନ୍ନ ଅଙ୍ଗ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଭାରତ ଓ ଆମେରିକା ଦୁଇଟି ବଡ଼ ଲୋକତାନ୍ତ୍ରିକ ରାଷ୍ଟ୍ର। ଆମେରିକା ସହ ଭାରତର ମିତ୍ରତା ଅଭିନ୍ନ ଅଙ୍ଗ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ଦରକାର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରକାଶ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ମୋଡ଼ରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ଅବସରରେ ୟୁକ୍ରେନ ସମସ୍ୟା ନେଇ ଆମେ ନିରବଚ୍ଛିନ୍ନ ଭାବେ କଥା ହେଉଛୁ ବୋଲି ଆମେରିକା ରାଷ୍ଟ୍ରପତି କହିବା ସହିତ ୟୁକ୍ରେନକୁ ଭାରତର ମାନବୀୟ ସହାୟତା ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ଅବସରରେ ୟୁକ୍ରେନ -ରୁଷ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। ଉଭୟ ରାଷ୍ଟ୍ରର ମୁଖ୍ୟ ସିଧାସଳଖ କଥା ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି। ସିଧାସଳଖ କଥା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ମୋଦୀ ପ୍ରକାଶ କରିଛନ୍ତି। ୟୁକ୍ରେନକୁ ମାନବୀୟ ସହାୟତା ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି।

 

 

 

Breaking News