Report Card Odisha

| Daily Odia News

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଆଉ ଏକ ମାମଲାରେ ଜାମିନ ମିଳିଛି । ଗୋଳନ୍ଥରା ଥାନାରେ ଦାୟର ଆଉ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୬ ଟି ମାମଲାରେ ଦାୟର ହୋଇଥିଲା | ପୂର୍ବରୁ କ୍ରାଇମବ୍ରାଞ୍ଚ ସମେତ ୫ଟି ମାମଲାରେ ତାଙ୍କୁ ବେଲ୍ ମଞ୍ଜୁର ହୋଇଛି । ଆଜି ୬ଷ୍ଠ ମାମଲାରେ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ | ଫଳରେ ଏବେ ପ୍ରଦୀପ ପାଣିଗ୍ରାହୀ ଜେଲରୁ ବାହାରିବା ରାସ୍ତା ପରିସ୍କାର ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସର୍ତ୍ତପୂରଣ ସହ ପ୍ରଦୀପ ଜେଲରୁ ବାହାରି ପାରିବେ । ଉଲ୍ଲେଖ ଯୋଗ୍ୟ -ଟାଟା କମ୍ପାନୀରେ ଚାକିର କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର ଲିଙ୍କ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଥମେ ଆକାଶ ପାଠକ ଗିରଫ ହୋଇଥିଲେ ।

Breaking News