ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଘରୋଇ ମେଡିକାଲ୍ କଲେଜ୍ ରେ ଅଧା ସିଟ୍ ଫି’ କମ୍ ରହିବ । ଅଧା ସିଟ୍ ଫି’ ସରକାରୀ ମେଡିକାଲ୍ କଲେଜ୍ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ୍ ନେଇପାରିବେ ନାହିଁ । ଆଜି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହା ଦ୍ୱାରା ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାଯୋଗ୍ୟ, ଗୋଟେ ପଟେ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଦେଶକୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଉଠୁଥିବା ବେଳେ ଭାରତ ସରକାରଙ୍କ ଏହି ପଦକ୍ଷେପ ସଫଳ ରୂପ ନେବ ବୋଲି ଆଶଙ୍କା କରାଯାଉଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..