Report Card Odisha

| Daily Odia News

ମୃତକଙ୍କ ପରିବାରକୁ ୧୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା…..

ରିପୋର୍ଟ କାର୍ଡ / ପାଟନା

ବିହାରର ବକ୍ସର ଜିଲ୍ଲାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକ ଓ ଆହତଙ୍କ ପାଇଁ ରେଳବାଇ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ବିହାର ସରକାର ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନ ନିକଟରେ ଥିବା ୧୨୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାପରେ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ପ୍ରାୟ ୧୦୦ ଜଣରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି।

Breaking News