ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପବଜୀ ନିଶା ନେଲା ଜୀବନ | ଟ୍ରେନ୍ରେ କଟି ଚାଲିଗଲା ୩ ନାବାଳକଙ୍କ ଜୀବନ। ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରେ ଘଟିଛି । ୩ ନାବାଳକ ସାଙ୍ଗ ଘର ପାଖ ଟ୍ରେନ୍ ଲାଇନ୍ରେ ବସି ଇୟରଫୋନ୍ ଦେଇ ପବଜୀ ଖେଳୁଥିଲେ। ମାତ୍ର ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଶବ୍ଦ ସେମାନେ ଶୁଣି ପାରି ନ ଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ୍ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବରିଷ୍ଠ ପୋଲିସ ଓ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚି ନିଜ ନିଜ ପିଲାମାନଙ୍କୁ ଚିହ୍ନଟ କରିଛନ୍ତି । ସେମାନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..