Report Card Odisha

| Daily Odia News

ବିହାରରେ ୫ବର୍ଷ ଯାଏ ଲାଗୁହେବ ନାହିଁ ଜନସଂଖ୍ୟା ଆଇନ…

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଙ୍ଗଳବାର ବିହାରରେ ଜାତୀୟ ଜନଗଣନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ନିଜର ମତ ସ୍ପଷ୍ଟ କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୀତୀଶ କୁମାର ସଙ୍କେତ ଦେଇଛନ୍ତି | ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ଏକ କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଆଇନ ତା’ ସ୍ଥାନରେ। ଏଥିସହ ସେ ସଙ୍କେତ ମାଧ୍ୟମରେ କହିଛନ୍ତି ଯେ,ବର୍ତ୍ତମାନ ବିହାରରେ ୫ବର୍ଷ ଯାଏ ଏହି ନିୟମ ଲାଗୁ ହୋଇପାରିବ ନାହିଁ। କାରଣ ବିହାରରେ ଜନସଂଖ୍ୟାର ଅବସ୍ଥା କ’ଣ ସମସ୍ତେ ଜାଣିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିହାରରେ ଜନସଂଖ୍ୟା ନିୟନ୍ତ୍ରଣକୁ ଧ୍ୟାନ ଦେବା ସହ ଆରମ୍ଭରୁ ଏହାକୁ ନେଇ ଏକ ଆକଳନ କରାଯାଇଛି। ସ୍ବାମୀ-ସ୍ତ୍ରୀରେ ଯଦି ସ୍ତ୍ରୀ ଶିକ୍ଷିତ ହୁଅନ୍ତି ତେବେ ପ୍ରଜନନ ହାର ହ୍ରାସ ପାଇବ ବୋଲି ଏକ ଫଳାଫଳରୁ ଜଣାପଡ଼ିଥିଲା। ତେଣୁ ଏହାକୁ ଆଧାର କରି ରାଜ୍ୟ ଆଗେଇ ଚାଲିଛ ବୋଲି ନୀତୀଶ କୁମାର କହିଛନ୍ତି। ପୂର୍ବରୁ ପ୍ରଜନନ ହାର ଚାରିରୁ ଅଧିକ ଥିଲା, ବର୍ତ୍ତମାନ ୩ରେ ପହଞ୍ଚିଛି। ଆସନ୍ତା ୫ରୁ ୭ବର୍ଷ ମଧ୍ୟରେ ଏହା ଦୁଇରେ ପହଞ୍ଚିବ ବୋଲି ନୀତୀଶ କୁମାର କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ନୀତୀଶ କୁମାର କହିଥିଲେ ଯେ, ଆଇନ ପ୍ରଣୟନ କରି ଜନସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଚାଇନାରେ ଯାହା ଘଟିଲା ତାହା ସମସ୍ତେ ଦେଖିଛନ୍ତି। ତେଣୁ ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। ଏତଦ୍‌ ବ୍ୟତୀତ ନୀତୀଶ କୁମାର କହିଛନ୍ତି, ଏଠାରେ ଗୋଟିଏ କଥା ସ୍ପଷ୍ଟ କରିିବାକୁ ଚାହୁଁଛି, ଯେଉଁ ରାଜ୍ୟ ଯାହା କରିବାକୁ ଚାହୁଛି ତାହା କରିପାରିବେ। କିନ୍ତୁ ଆଇନ ପ୍ରଣୟନ କରି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଯେତେବେଳେ ମହିଳାମାନେ ସଚେତନ ହେବେ, ପ୍ରଜନନ ହାର କମିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି।

Breaking News