ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି । ପଜିଟିଭ୍ ଆସିଲା ପରେ ଜିନମ୍ ସିକ୍ୟୁଏନ୍ସି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରବିବାର ଚିହ୍ନଟ ହୋଇଥିବା ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ବହୁତ କମ୍ ଲୋକଙ୍କ ଠାରେ ସିମ୍ଟମ୍ ରହିଥିବା ବେଳେ ଅନ୍ୟମାନଙ୍କ ଠାରେ ମାଇଲଡ଼ ସିମ୍ଟମ୍ ରହିଛି। ସେମାନଙ୍କ ମଧ୍ୟରୁ ଲୋକାଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି । ଗୋଷ୍ଠୀରେ ଓମିକ୍ରନ ରହିଛି, ତାକୁ ଚିହ୍ନଟ କରାଯାଉଛି। ଓମିକ୍ରନ୍ ଅଧିକ ସଂକ୍ରମଣ କରିବ, ଗୁରୁତର ନୁହେଁ । ତେଣୁ ଭିଡ଼ ଜମାନ୍ତୁ ନାହିଁ। କୋଭିଡ ନିୟମ ମାନନ୍ତୁ। ନହେଲେ ସଂଖ୍ୟା ବଢିବ। ସରକାର ସବୁ ପ୍ରକାର ତଥ୍ୟ ନେଉଛନ୍ତି। ଜିଲ୍ଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ଲୋକାଲରେ ଓମିକ୍ରନ ଅଛି। ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ । ସମସ୍ତେ ସଚେତନ ହେବା ଦରକାର ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ସୁଦ୍ଧା ୩୭ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ଏକାଥରକେ ୨୩ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିଲା ।
More Stories
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..
ଭତ୍ତା ବଢାଇଲେ ମୋହନ ସରକାର…..