ରିପୋର୍ଟ କାର୍ଡ / ଭୁବନେଶ୍ୱର
୦୫ /୦୩ / ୨୦୨୧
ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ତାଙ୍କର ଭବିଷ୍ୟତ ଦୃଷ୍ଟିକୋଣ ସମସ୍ତଙ୍କ ପାଇଁ ପ୍ରେରଣା। ଓଡିଶାର ଉନ୍ନତି ଲାଗି ତାଙ୍କର ଉଦ୍ୟମ ପାଇଁ ଦେଶ ଗର୍ବିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଶ୍ରଦ୍ଧାଞ୍ଜଳି କହିଛନ୍ତି,ଲୋକଙ୍କ ସେବାରେ ବିଜୁ ବାବୁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ତାଙ୍କର ପ୍ରୟାସ ଚିରସ୍ମରଣୀୟ। ତାଙ୍କର ସ୍ୱାଭିମାନ, ନୀତି ଆଦର୍ଶକୁ ନେଇ ନୂଆ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା। ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଆଦର୍ଶ ଥିଲା। ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି କାମ କରି ଚାଲିଛି। ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା।ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବାକୁ ନବୀନ ପଟ୍ଟନାୟକ ଆହ୍ନାନ ଦେଇଛନ୍ତି। ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ନିଜ ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂରେ ସୁଯୋଗ ସୃଷ୍ଟି ହୋଇଛି। ଯୁବ ସମାଜର ସ୍ୱପ୍ନ ସାକାର ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜଧାନୀସ୍ଥିତ ଫରେଷ୍ଟ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
More Stories
ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିଲେ ବେଆଇନ ଘୋଷଣା କରାଯିବ….
ରାଜ୍ୟରେ ଦୁଇ ଜିଲ୍ଲାରେ ମିଳିଛି ସୁନା ଖଣି ସନ୍ଧାନ….
ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍….