Report Card Odisha

| Daily Odia News

୨୦୦୦ ଟଙ୍କିଆ ବନ୍ଦ ‘ବିଲିୟନ୍‌ ଡଲାର୍‌ ଧୋକା’,ପ୍ରଧାନମନ୍ତ୍ରୀ ଶିକ୍ଷତ ହେବା ଉଚିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସର୍ବସାଧାରଣଙ୍କଠାରୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ନିମନ୍ତେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ବିଲିୟନ୍‌ ଡଲାର୍‌ ଧୋକା’ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୦୦ ଟଙ୍କିଆ ନୋଟ୍‌ ପ୍ରସାରଣ ବନ୍ଦ କରି ତାହାକୁ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଘୋଷଣା କରିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ୨୦୧୬ରେ ବିମୁଦ୍ରିକରଣ ଯୋଗୁଁ ଜନସାଧାରଣ ଭୋଗିଥିବା ଅଭୁଲା ଦୁର୍ଦ୍ଦଶା କଥା ସ୍ମରଣ କରାଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି, ଏଇଟା ୨୦୦୦ ଟଙ୍କିଆ ‘ଧମାକା’ ନୁହେଁ, ୧୦୦ କୋଟି ଭାରତୀୟଙ୍କ ପ୍ରତି ‘ବିଲିୟନ୍‌ ଡଲାର୍‌ ଧୋକା’। ଭାଇଭଉଣୀମାନେ ଜାଗ୍ରତ ହୁଅନ୍ତୁ। ବିମୁଦ୍ରିକରଣ ସମୟରେ ଭୋଗିଥିବା ଦୁର୍ଦ୍ଦଶା ଆମେ ଭୁଲିପାରିବା ନାହିଁ। ଯେଉଁମାନେ ଏ ଦୁର୍ଦ୍ଦଶାର କାରଣ ସେମାନଙ୍କୁ କ୍ଷମା ଦେବା ଅନୁଚିତ। ଏହି ମର୍ମରେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ଟୁଇଟ୍‌ କରିଛନ୍ତି ପ୍ରଥମେ କହିଲେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କଲେ ଦୁର୍ନୀତି ବନ୍ଦ ହେବ। ଏବେ କହୁଛନ୍ତି ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ କଲେ ଭ୍ରଷ୍ଟାଚାରର ଅବସାନ ଘଟିବ। ଏଥିପାଇଁ ମୁଁ କହୁଛି ଯେ, ପ୍ରଧାନମନ୍ତ୍ରୀ ଶିକ୍ଷତ ହେବା ଉଚିତ। ଜଣେ ଅଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କୁ ଯିଏ ଯାହା କହିଲେ ବି ସେ ବୁଝି ପାରନ୍ତି ନାହିଁ। ଜନସାଧାରଣ ହିଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଉଲ୍ଲେଖଯୋଗ୍ୟ, ‘କ୍ଲିୟର୍‌ ନୋଟ୍‌ ପଲିସି’ ଅନୁଯାୟୀ ତୁରନ୍ତ ୨୦୦୦ ଟଙ୍କିଆ ନୋଟ୍‌ ପ୍ରସାରଣ ବନ୍ଦ କରିବା ଲାଗି ଶୁକ୍ରବାର ଦିନ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍’ ସମସ୍ତ ବ୍ୟାଙ୍କ୍‌ମାନଙ୍କୁ ବିଜ୍ଞପ୍ତି ଜାରି କରିଛି। କିନ୍ତୁ, ନାଗରିକମାନେ ୨୦୨୩, ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କ୍‌ ଶାଖାରେ ୨୦୦୦ ଟଙ୍କିଆ ନୋଟ୍‌ ଜମା କରିପାରିବେ ବୋଲି ‘ରିଜର୍ଭ ବ୍ୟାଙ୍କ୍‌’ ପ୍ରତିଶ୍ରୁତି ଦେଇଛି।

Breaking News