ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାକୁ ମାତ ଦେବା ପାଇଁ ଦେଶରେ ଟିକା କାରଣ ଜୋରଦାର ଜାରିରହିଛି | ଏହା ଭିତରେ ୧୨ବର୍ଷରୁ ଅଧିକ ବୟସର ଶିଶୁଙ୍କ ପାଇଁ ଟିକା ଆସିଛି | ଯାହାକି ଦେଶର ୬ଷ୍ଠ କରୋନା ଟିକା ଭାବେ ଜାଇକୋଭ-ଡିକୁ ଶୁକ୍ରବାର ଭାରତ ଔଷଧ ନିୟାମକ (ଡିସିଜିଆଇ) ବ୍ୟାବହାରିକ ଅନୁମତି ଦେଇଛନ୍ତି । ଏହାକୁ ସାବାଳକ ନାଗରିକ ଓ ୧୨ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ଦିଆଯାଇପାରିବ। ବିନା ଛୁଞ୍ଚିରେ ଏହି ଟିକା ଦିଆଯିବ। ଭାରତ ଏହାର ଶିଶୁଙ୍କ ନିମନ୍ତେ ପ୍ରଥମ କରୋନା ଟିକା ଭାବେ ଜାଇକୋଭ-ଡିକୁ ଅନୁମତି ପ୍ରଦାନ କରିଛି। ଦେଶରେ କରୋନାର ତୃତୀୟ ଲହର ଆସୁଥିବାବେଳେ ସରକାର ଏପରି ବଡ ପଦକ୍ଷେପ ନେଇଛନ୍ତି। ଡିସିଜିଆଇ ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଏହି ଟିକାକୁ ବ୍ୟାବହାରିକ ଅନୁମତି ପ୍ରଦାନ କରାଯାଇଛି। ଗୁଜରାଟର ଅହମଦାବାଦସ୍ଥିତ ଔଷଧ କମ୍ପାନୀ କାଡିଲା ହେଲଥକେୟାର (ଜାଇଡସ୍ କାଡିଲା) ଏହି ଟିକାକୁ ପ୍ରସ୍ତୁତ କରିଛି । ଏହା ଭାରତର ଦ୍ବିତୀୟ ସ୍ବଦେଶୀ କରୋନା ଟିକା। ପୂର୍ବରୁ ହାଇଦରାବାଦସ୍ଥିତ ଭାରତ ବାୟୋଟେକର ସ୍ବଦେଶୀ ଟିକା କୋଭାକ୍ସିନ୍କୁ ଭାରତ ସରକାର ବ୍ୟାବହାରିକ ଅନୁମତି ପ୍ରଦାନ କରିଛନ୍ତି। କୋଭାକ୍ସିନ ସମେତ କୋଭିସିଲ୍ଡ, ସ୍ପୁଟନିକ-ଭି, ମଡେର୍ଣ୍ଣା ଓ ଜନସନ୍ ଟିକାକୁ ସରକାର ବ୍ୟାବହାରିକ ଅନୁମତି ଦେଇଛନ୍ତି। ଜାଇକୋଭ-ଡି ବିଶ୍ବର ପ୍ରଥମ ପ୍ଲାଜମା ଡିଏନ୍ଏ ଟିକା। ବିନା ଛୁଞ୍ଚିରେ ଏହି ଟିକା ଦିଆଯିବ। ଅନ୍ୟ ଟିକାରେ ଦୁଇଟି ପାନ ଦିଆଯାଉଥିବାବେଳେ ଏହି ଟିକାରେ ତିନିଟି ପାନ ଦିଆଯାଇଥାଏ। ଏହି ଟିକା ୧୨ରୁ ୧୮ବର୍ଷ ପିଲାଙ୍କ କ୍ଷେତ୍ରରେ ମଧ୍ୟ ନିରାପଦ ରହିଛି। ଏହା ୬୬.୬% ପ୍ରଭାବଶାଳୀ। ଜୁଲାଇ ୧ରେ କମ୍ପାନୀ ଟିକାର ବ୍ୟାବହାରିକ ଅନୁମତି ନିମନ୍ତେ ଆବେଦନ କରିଥିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ଟିକା ପରୀକ୍ଷା କରାଯାଇଥିଲା। ଜାଇଡସ୍ କାଡିଲା ବାର୍ଷିକ ୧୦କୋଟି ୧୨ କୋଟି ଟିକା ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଜାଇକୋଭ-ଡିକୁ ଡିସିଜିଆଇର ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବୈଜ୍ଞାନିକଙ୍କୁ ପୁଣି ଥରେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ ଏହି ଟିକା ଭାରତୀୟ ବୈଜ୍ଞାନିକଙ୍କ ଅଭିନବ ଦକ୍ଷତାକୁ ପ୍ରତିପାଦିତ କରିଛି। କାରଣ ଏହି ଜାଇକୋଭ-ଡି ହେଉଛି ବିଶ୍ବର ପ୍ରଥମ ଡିଏନଏ ଆଧାରିତ ଟିକା। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟୁଇଟ୍ କରିଛନ୍ତି ଯେ କରୋନା ମହାମାରୀ ବିରୋଧରେ ଲଢିବାକୁ ଭାରତକୁ ଦୁଇଟି ଶକ୍ତି ମିଳିଛି। ପ୍ରଥମ ଡିଏନଏ ଓ ଛୁଞ୍ଚିବିହୀନ ଟିକା ଭାରତକୁ ମିଳିଛି। ଭାରତର ଶିଶୁ ଏବେ କରୋନାରୁ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି।






More Stories
କେ.କବିତା ନିର୍ଦ୍ଦୋଷରେ ଖଲାସ…..
କେଜରିୱାଲ ଓ ସିସୋଦିଆ ମୁକ୍ତ…..
ଖୋଲା ଯୁଦ୍ଧ ଘୋଷଣା କଲା ପାକିସ୍ତାନ…..