ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ଜଣ ପ୍ରେମିକକୁ ପ୍ରେମ କରୁଥିଲେ ଜଣେ ଯୁବତୀ । ଉଭୟ ପ୍ରେମିକକୁ ସମୟ ଦେଇ କଥା ହେଉଥିଲେ। ଦ୍ଵିତୀୟ ପ୍ରେମିକ ପାଖରେ ବସିଥିବା ବେଳେ ଯୁବତୀଙ୍କୁ ଛେଚିଲେ ପୁରୁଣା ପ୍ରେମିକ । ମାମଲା ଯାଇ ଥାନାରେ ପହଂଚିଲା । ଏଭଳି ରୋଚକ କର ଖବର ସାମ୍ନାକୁ ଆସିଛି ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରୁ। ଖବର ଅନୁଯାୟୀ, ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ରହି ସଂପୃକ୍ତ ଯୁବତୀ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଛନ୍ତି । ସେ ତାଙ୍କ କଲେଜର ଜଣେ ସହପାଠୀକୁ ଦେଖା କରିବାକୁ ଇନଫୋସିଟି ପାଖକୁ ଡାକିଥିଲେ । ଦୁହେଁ ଦୀର୍ଘ ସମୟ ଯାଏଁ କଥା ହେଉଥିବା ବେଳେ ହଠାତ୍ ସେଠାରେ ତାଙ୍କର ପୁରୁଣା ପ୍ରେମିକ ପହଞ୍ଚିଥିଲେ । ଯୁବତୀଙ୍କୁ ପଚାରିଥିଲେ ଏ ପୁଅ ସହ ଏଠାରେ କାହିଁକି ଗପୁଛ । ଯୁବତୀ କହିଥିଲେ ଏ ମୋ ସାଙ୍ଗ । ପୁରୁଣା ପ୍ରେମିକ ଯୁବତୀଙ୍କ ମିଛକୁ ଧରିପକାଇ କହିଥିଲେ ମୋତେ ପ୍ରେମ କରୁଛୁ ପୁଣି ଏ ପିଲାକୁ ବି ପ୍ରେମ କରୁଛୁ । ଦୁହିଁଙ୍କ ଭିତରେ ବଚସା ହେବାରୁ ଯୁବତୀଙ୍କ ଗାଲରେ ଦୁଇ ଚାପୁଡ଼ା ମାରିଥିଲେ ପୁରୁଣା ପ୍ରେମିକ । ଏହା ଦେଖି ନୂଆ ପ୍ରେମିକ କହିଥିଲେ ମୁଁ ତାଙ୍କୁ ୨ ବର୍ଷ ହେବ ଭଲ ପାଉଛି । ତୁ କାହିଁକି ମୋ ପ୍ରେମିକାକୁ ମାଡ଼ ମାରିଲୁ କହି ପୁରୁଣା ପ୍ରେମିକଙ୍କ ସହ ମାରପିଟ୍ କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ପିସିଆର ଭ୍ୟାନକୁ ଫୋନ କରିଥିଲେ । ପୁଲିସ ପହଞ୍ଚି ସମସ୍ତଙ୍କୁ ୩ଜଣଙ୍କୁ ଥାନାକୁ ନେଇଥିଲା । ସେଠାରେ ଆପୋଶ ବୁଝାମଣା ପରେ ଛାଡିଥିଲା ପୋଲିସ।
Discussion about this post