ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାର ତଦନ୍ତ କରିବ ସିବିଆଇ। ଆଜି କଲିକତା ହାଇକୋର୍ଟ ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେଉଁଥିରେ ପଶ୍ଚିମବଙ୍ଗ ପୋଲିସ ମାମଲାର ତଦନ୍ତ କରିବ ବୋଲି କୁହାଯାଇଥିଲା । କୋର୍ଟ ବଙ୍ଗଳା ଆଡଭୋକେଟ୍ ଜେନେରାଲ୍ କୁ କୋର୍ଟ କହିଛନ୍ତି ଯେ ଆମର ଆଦେଶ ବନ୍ଦ କରିବା ପଛରେ ଆମେ କୌଣସି କାରଣ ନାହିଁ ।ସେଥାପାଇଁ ଆପଣଙ୍କ ଦାବିକୁ ଖାରଜ କରାଯାଇଛି । ଏହା ସହିତ କୋର୍ଟ ସିବିଆଇକୁ ଏପ୍ରିଲ ୭ସୁଦ୍ଧା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ-ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ତ୍ରୁଣମୂଳ କଂଗ୍ରେସର ଜଣେ ପଞ୍ଚାୟତ ଅଧିକାରୀଙ୍କ ହତ୍ୟାକୁ ବିରୋଧ କରି ମଙ୍ଗଳବାର ସକାଳେ ବଗଟୁଇ ଗ୍ରାମରେ ପ୍ରାୟ ଏକ ଡଜନ ଘରେ ନିଆଁ ଲଗାଯାଇଥିଲା। ଏଥିରେ ଦୁଇ ଶିଶୁଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ପରିପ୍ରେକ୍ଷୀରେ ସିବିଆଇ କିମ୍ବା ଏନଆଇଏ ର ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏହା ବ୍ୟତୀତ ଅଦାଲତ ମଧ୍ୟ ଏହି ମାମଲାର ଅବଗତ ହୋଇଥିଲେ । ଗୁରୁବାର ଦିନ ଏହି ମାମଲାର ଶୁଣାଣି ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..