Report Card Odisha

| Daily Odia News

ଜିଲ୍ଲାର ସମୀକ୍ଷା କରୁଛନ୍ତି ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଂଚାୟତ ଓ ପୌର ନିର୍ବାଚନରେ ସଫଳତା ହାସଲ କରିଥିବା ବିଜେଡି ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଲାଗିପଡ଼ିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୦ଟି ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକଙ୍କ ସହ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ସେମାନେ ଦାୟିତ୍ୱରେ ଥିବା ଜିଲ୍ଲାରେ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ରହିଛି, ଦଳର ବିଧାୟକ ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ଅଛି କି ନାହିଁ, ଯଦି ନାହିଁ ତା’ର କାରଣ ଓ ଗତ ନିର୍ବାଚନରେ ଦଳର ପ୍ରଦର୍ଶନ ଆଦି ସମ୍ପର୍କରେ ୧୦ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଜି ପ୍ରଥମ ଦିନରେ ୧୦ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଗଜପତି ଓ ରାୟଗଡ଼ା ଜିଲ୍ଲାର ସଂଗଠନ ସମ୍ପର୍କରେ ସମୀକ୍ଷା ହୋଇଛି । ବାକି ୨୦ଟି ଜିଲ୍ଲାର ସମୀକ୍ଷା ମଧ୍ୟ ନବୀନ ନିଜେ କରିବାର କାର୍ଯ୍ୟକ୍ରମ ରହିଛି ।

Breaking News