ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନ ହୋଇଛି । ପରାଜିତା ଆଜି ନୟାପଲ୍ଲୀ ଖଣ୍ଡୁଆଳ ବସ୍ତିକୁ ଯାଇଥିବା ବେଳେ କିଛି ବିଜେଡି କର୍ମୀ ସାଂସଦଙ୍କୁ ବିରୋଧ କରିଛନ୍ତି। ନୟାପଲ୍ଲୀ ଅଞ୍ଚଳରେ ନିଜ କର୍ମୀଙ୍କ ସହ ପଦଯାତ୍ରାରେ ବାହାରିଥିଲେ ଭୁବନେଶ୍ୱର ସାଂସଦ। ଏହି ସମୟରେ କିଛି ବିଜେଡି ନେତା ଓ କର୍ମୀ ଏଲ୍ପିଜି ସିଲିଣ୍ଡର ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ରାଜ ରାସ୍ତାରେ ଚୁଲି ଜାଳି ସାଂସଦଙ୍କୁ ବିରୋଧ କରିବା ସହ ନାରାବାଜି ଦେଇଛନ୍ତି। ସେପଟେ ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସବୁ ପ୍ରକାରର ବିରୋଧ ଓ ସମର୍ଥନକୁ ମୁଁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି। ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି। ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଭୁବନେଶ୍ୱରର ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ଅପରାଜିତା ଆହ୍ୱାନ କରିଛନ୍ତି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..